ଦିଲ୍ଲୀ ବାନ୍ଧବୀଙ୍କୁ ନେଇ ମୁହଁ ଖୋଲିଲେ ଅନୁଭବ

ଭୁବନେଶ୍ୱର : ବର୍ଷା-ଅନୁଭବଙ୍କ ବବାଦ ଥମିବାରେ ନାଁ ନେଉନି। ପରସ୍ପରକୁ ପ୍ରତି ମହୂର୍ତ୍ତରେ ଦୋଷାରୋପ କରୁଛନ୍ତି। ଏହା ମଧ୍ୟରେ ଦିଲ୍ଲୀ ବାନ୍ଧବୀ ଜାଗ୍ରୁତି ଶୁକ୍ଲାଙ୍କୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତି ।

ନିକଟରେ ବର୍ଷା ଦିଲ୍ଲୀ ବାନ୍ଧବୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଥିଲେ । ଦିଲ୍ଲୀ ବାନ୍ଧବୀଙ୍କ ପାଇଁ ତାଙ୍କ ଘର ଭାଙ୍ଗିଯାଇଛି ବୋଲି ସେ ଏତଲାରେ ବି ଦର୍ଶାଇଥିଲେ । ଏକ ସାକ୍ଷାତକାରରେ ବର୍ଷାଙ୍କ ଅଭିଯୋଗ ସମ୍ପର୍କରେ ଅନୁଭବ ନିଜ ପକ୍ଷ ରଖିଛନ୍ତି ।

ସେ କହିଛନ୍ତିଯେ, ଜାଗ୍ରୁତି ଶୁକ୍ଲାଙ୍କୁ ନେଇ ବର୍ଷା କେବଳ ବାହାନା କରୁଛନ୍ତି । ଜାଗ୍ରୁତି ଜଣେ ସାମ୍ବାଦିକା । ସେ ଲୋକସଭା ଟିଭିରେ ଅଛନ୍ତି । ଖାଲି ମୋତେ ନୁହଁନ୍ତି ଦିଲ୍ଳୀରେ ଅନେକ ସାଂସଦଙ୍କୁ ଭେଟିଥା’ନ୍ତି । ଜାଗ୍ରୁତି ଶୁକ୍ଲାଙ୍କୁ ବହୁଦିନ ପରେ ସେ ଚିହ୍ନିଥିଲେ । ଲୋକସଭାକୁ ଆସିବାର ବର୍ଷକ ପରେ ସେ ଜାଗ୍ରୁତିଙ୍କୁ ଜାଣିଥିଲେ । ୨୦୧୯ରେ ସାଂସଦ ଭାବେ ଜିତିବା ପରେ ସେ ଲୋକଙ୍କୁ ସତ କ’ଣ ଜଣାଇବାକୁ ଚାହୁଁଥିଲେ । ଜାଗ୍ରୁତି ସାକ୍ଷାତକାର ନେବାବେଳେ ତାଙ୍କୁ ଏକ କବିତା ବହି ଉପହାର ଦେଇଥିଲେ । ମୋ ଭଳି ଅନେକ ସାଂସଦଙ୍କୁ ସେ ବହି ଉପହାର ଦେଇଛନ୍ତି । ତେବେ ତାଙ୍କ ଅନୁରୋଧ କ୍ରମେ ଜାଗ୍ରୁତି ଅନୁଭବଙ୍କ ଆତ୍ମଜୀବନୀ ଲେଖିବାକୁ ରାଜି ହୋଇଥିଲେ । ଜାଗ୍ରୁତିଙ୍କ ସହ ଅସ୍ତିତ୍ୱ ବୋଲି ଜଣେ ସହ ଲେଖକ ମଧ୍ୟ ତାଙ୍କର ଆତ୍ମଜୀବନୀ ଲେଖୁଛନ୍ତି । ଜାଗ୍ରୁତି ତାଙ୍କ ଘରକୁ ଆସି ବାପା ମା’ ଓ ଭାଇଙ୍କୁ ବି ଭେଟିଛନ୍ତି ।

ବର୍ଷା ଏକଥା ଜାଣିବା ପରେ ଦିନେ ସକାଳୁ ତାଙ୍କୁ ଉଠାଇଥିଲେ । ସାଙ୍ଗେ ସାଙ୍ଗେ ପଚାରିଥିଲେ ଜାଗ୍ରୁତି ଶୁକ୍ଲା କିଏ ବୋଲି ପଚାରିଥିଲେ ? ତମ ସହ ତାଙ୍କର ସମ୍ପର୍କ କ’ଣ ବୋଲି ପ୍ରଶ୍ନ କଲେ ? ଏହାର ଉତରରେ ଅନୁଭବ କହିଥିଲେ ସେ ମୋର ବାୟୋଗ୍ରାଫି ଲେଖୁଛନ୍ତି । ଯାହାକୁ ନେଇ ବର୍ଷା ରାଗିଯାଇଥିଲେ ବୋଲି ଅନୁଭବ କହିଛନ୍ତି । ତେଣୁ ପରେପରେ ଜାଗ୍ରୁତିଙ୍କୁ ବଦନାମ କରିଥିଲେ ବର୍ଷା । ଗଣମାଧ୍ୟମରେ ବି ଏନେଇ ଖବର ପ୍ରକାଶ ପାଇଥିଲା । ବୁମ ବାଲି ପ୍ରେମରେ ସାଂସଦ ବୋଲି ଖବର ଆସିଥିଲା । ଜାଗ୍ରୁତିଙ୍କୁ ବଦନାମ କରାଯାଉଥିବାରୁ ତାଙ୍କ ବାପା ବି କାନ୍ଦି ପକାଇଥିଲେ । ଏମିତିକି ସେ ଲୋକସଭା ଟିଭି ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି ଅନୁଭବ କହିଛନ୍ତି ।

nis-ad
Leave A Reply

Your email address will not be published.