ବାଲ୍ୟ ବିବାହ ଓ ଶିଶୁ ନିର୍ଯ୍ୟାତନା ସୁରକ୍ଷା ଆଇନ କର୍ମଶାଳା…

କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ଫୁଲବାଣୀ:-ଦିନକୁ ଦିନ ବାଲ୍ୟ ବିବାହ ଓ ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ନେଇ ଏକ ସଚେତନତା ସଭା ଆଜି ଶୁକ୍ରବାର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସାହାରା ପକ୍ଷରୁ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥଲା ସହାରା ସମ୍ପାଦକ ସୁକାନ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରୀଷ୍ଟ ସାମ୍ବାଦିକ ସନ୍ତୋଷ ଦିଗାଲ ବରୀଷ୍ଠ ଆଇନଜିବୀ ବିଜୟକୃଷ୍ଣ ପଟନାୟକ, ଜିଲା ସମାଜ ମଙ୍ଗଳ ବିଭାଗ ସ୍ବତନ୍ତ୍ର ଅଧିକାରୀ ଏସ. ଗାୟତ୍ରୀ, ବନବାସୀ ସେବାସମିତି ସହ ସଂପାଦକ ରବୀନ୍ଦ୍ର ପଣ୍ଡା, ସ୍ବାତିର ସଂଯୋଜକ ପ୍ରଦୀପ ସ୍ବାଇଁ,ସାମ୍ବାଦିକ
ବୀରେନ୍ଦ୍ର ସୁବୁଦ୍ଧି,ସଦାଶିବ ପାତ୍ର ପ୍ରମୁଖ ଯୋଗ ଦେଇ
ଶିଶୁମାନଙ୍କ ଅଧିକାର ଓ ଶିଶୁ ସୁରକ୍ଷା ଆଇନ ସଂପର୍କରେ ସଚେତନ କରିଥିଲେ । ସେହିପରି ଜିଲ୍ଲାରେ ଦିନକୁ ଦିନ ଶିଶୁ ନିର୍ଯାତନା ମାମଲା ବୃଦ୍ଧି ପାଉଥିବା ନେଇ ଉଦବେଗ କରିବା ସହ ରୋକିବା ଉପରେ ଗୁରୁତ୍ବ ଦେଇଥିଲେ ।ଏହି ୱର୍କସପରେ ଫୁଲବାଣୀର ଅଙ୍ଗନବାଡି କର୍ମୀ, ସ୍ବେଛାସେବୀ ସଂଗଠନ କର୍ମକର୍ତା, ଓ ସାମ୍ବାଦିକମାନେ
ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.