ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର

ଭୁବନେଶ୍ୱର: ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର। ଏଥିପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ଓ କିନ୍ନରଙ୍କୁ ଭାରି ଯାନ ଚଲାଇବା ନେଇ ତାଲିମ ଦିଆଯିବ। ଆଉ ଏହି ସୁଯୋଗ ଦେବ କ୍ରୁଟ୍। ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ। ଭାରିଯାନ ଡ୍ରାଇଭିଂ ଟ୍ରେନିଂ ପାଇଁ ୧ ଏପ୍ରିଲ ୨୦୨୧ ପୂର୍ବରୁ ବର୍ଷେ ବୈଧତା ଏଲଏମଭି ଲାଇସେନ୍ସ ଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ କିମ୍ବା ତାଠାରୁ ଅଧିକ ହେବ । ସେହପରି ବୟସ ୨୦ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

nis-ad
Leave A Reply

Your email address will not be published.