ନାତୁଣୀକୁ ଅସଦାଚରଣ ଅଭିଯୋଗ ଆସିବା ପରେ ଜୀବନ ହାରିଲେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ: ନାତୁଣୀକୁ ଅସଦାଚରଣ ଅଭିଯୋଗ ଆସିବା ପରେ ଜେଜେ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା। ରାଜେନ୍ଦ୍ର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରାଜେନ୍ଦ୍ରଙ୍କ ନାମରେ ତାଙ୍କ ବୋହୂ ଅଭିଯୋଗ ଆଣିଥିଲେ। ୫୯ ବର୍ଷୀୟ ବହୁଗୁଣା ପ୍ରଥମେ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ କହିବା ସହ ନିଜ ଆତ୍ମହତ୍ୟା ଯୋଜନା ବିଷୟରେ କହିଥିଲେ।। ପୁଲିସ ସେଠାରେ ପହଞ୍ଚିବା ପରେ ରାଜେନ୍ଦ୍ର ବହୁଗୁଣା ଆତ୍ମହତ୍ୟା କରିଥିଲେ। ଏହି ସମୟରେ ସେଠାରେ ପଡ଼ୋଶୀ ମଧ୍ୟ ଉପସ୍ଥିତ ଥିଲେ।
ବୋହୂର ଅଭିଯୋଗକୁ ନେଇ ରାଜେନ୍ଦ୍ର ବିଚଳିତ ଥିବା ପୁଲିସ କହିଛି। ପୁଲିସ ଯେତେବେଳେ ଘଟଣା ସ୍ଥଳରେ ପହଞ୍ଚିଲା ସେତେବେଳକୁ ରାଜେନ୍ଦ୍ର ପାଣି ଟାଙ୍କି ଉପରକୁ ଚଢ଼ି ସାରିଥିଲେ। ପୁଲିସ ଲାଉଡ୍‌ ସ୍ପିକର ଲଗାଇ ତାଙ୍କୁ ଆତ୍ମହତ୍ୟା ନକରିବାକୁ କହିଥିଲେ । କିନ୍ତୁ ତାଙ୍କ ନାମରେ ମିଛ ଅଭିଯୋଗ ଅଣାଯାଇଥିବା ରାଜେନ୍ଦ୍ର ଅଭିଯୋଗ କରିଥିଲେ। ବାରମ୍ବାର ପୁଲିସ ତାଙ୍କୁ ଓହ୍ଲାଇ ଆସିବାକୁ ଅନୁରୋଧ କରିବା ପରେ ସେ ରାଜି ହୋଇଥିଲେ। କିନ୍ତୁ ହଠାତ୍ ସେ ସେଠାରେ ନିଜ ଛାତିକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ରାଜେନ୍ଦ୍ରଙ୍କ ବିରୋଧରେ ଯୌନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ତଥା ପକ୍ସୋ ଆକ୍ଟ ଲାଗିଥିଲା।
ନିଜ ବୋହୂର ଅଭିଯୋଗକ୍ରମେ ଏହି ଦଫା ଲାଗିଥିଲା । ଅନ୍ୟପଟେ ନିଜ ସ୍ତ୍ରୀର ଅଭିଯୋଗକୁ ସହ୍ୟ କରିନପାରି ତାଙ୍କ ବାପା ଆତ୍ମହତ୍ୟା କରିଥିବା ପୁଅ ଅଜୟ ବହୁଗୁଣା କହିଛନ୍ତି। କଂଗ୍ରେସ ନେତା ରାଜେନ୍ଦ୍ର ୨୦୦୪-୦୫ରେ ଏନଡି ତିୱାରୀ ମୁଖ୍ୟମନ୍ତ୍ରୀ ସମୟରେ ରାଷ୍ଟ୍ର ମନ୍ତ୍ରୀ ଥିଲେ।

nis-ad
Leave A Reply

Your email address will not be published.