ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମିତ୍ତଲ କମ୍ପାନୀର ବରିଷ୍ଠ ଅଧିକାରୀ

କେନ୍ଦ୍ରାପଡା: ମହାକାଳପଡା ବ୍ଲକର ବତିଘର ଅଞ୍ଚଳରେ ପ୍ରସ୍ତାବିତ ଆର୍ସେଲ୍ ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ଅଞ୍ଚଳ ବୁଲି ଦେଖିଛନ୍ତି ଆର୍ସେଲ୍ ମିତ୍ତଲର ଉଚ୍ଚ ପଦାଧିକାରୀ ଏବଂ ଜଙ୍ଗଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ । ଏହି ପ୍ରତିନିଧି ଦଳ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ଠାରେ ଥିବା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ବୁଲି ଦେଖିଥିବା ସୂଚନା ମିଳିଛି ।

ମିତ୍ତଲ କମ୍ପାନୀର ଦୁଇ ଜଣିଆ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅଚାନକ ଗସ୍ତ ଫଳରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଶା ସଞ୍ଚରିତ ହୋଇଛି । ସୂଚନା ଯୋଗ୍ୟ, ଏହି ପ୍ରସ୍ତାବିତ ସ୍ଥାନରେ ଆର୍ସେଲର ମିତ୍ତଲ ପକ୍ଷରୁ 50 ହଜାର କୋଟି ଟଙ୍କା ବିନିଯୋଗ କରାଯାଇ 12MTPA ଇଣ୍ଟିଗ୍ରେଟେଡ଼ ଷ୍ଟିଲ କମ୍ପ୍ଲେକ୍ସ ପ୍ରତିଷ୍ଠା ନେଇ ମାର୍ଚ୍ଚ 4ରେ MoU ସ୍ୱାକ୍ଷରିତ ହୋଇଛି ।

nis-ad
Leave A Reply

Your email address will not be published.