କୋଟିଆରେ ଓଡ଼ିଶାର ବିକାଶ କାର୍ଯ୍ୟ ପରଖିଲେ ଆନ୍ଧ୍ର ଅଧିକାରୀ

କୋରାପୁଟ: ବୁଧବାର ଓଡ଼ିଶା ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀ ଓ ଫଗୁଣସିନେରି ଅଞ୍ଚଳରେ ଗ୍ରାମବାସୀଙ୍କୁ ଉନ୍ନତ ମାନର ଜୀବନ ଜୀବିକା ପାଇଁ ଛେଳି, କୁକୁଡ଼ା ଭଳି ପ୍ରାଣୀଧନ ପାଳନ କରିବା ଦିଗରେ ସଚେତନତା ସୃଷ୍ଟି କରିବା ସହ ହିତାଧିକାରୀଙ୍କୁ ଛେଳି ଓ କୁକୁଡ଼ା ବଣ୍ଟନ କରାଯିବା ପରେ ଗୁରୁବାର ସେହି ଗ୍ରାମ ଗୁଡିକରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ବୃନ୍ଦ ଗସ୍ତ କରିଛନ୍ତି ।

ବଣ୍ଟନ ବିଷୟରେ ଲୋକଙ୍କୁ ପଚାରି ବୁଝିବା ସହିତ ଫଗୁଣସିନେରିରେ ଓଡ଼ିଶା ସରକାରଙ୍କ ବିକାଶ ଯୋଜନାର ଫଳକକୁ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ଵାରା ପଢ଼ାଇ ବୁଝିଥିଲେ । କୋଟିଆ ନିକଟରେ ଖୋଲାଯାଇଥିବା ପୋଲିସ ଥାନାକୁ ମଧ୍ୟ ସେମାନେ ବାହାରେ ଠିଆ ହୋଇ ଦେଖି ଫେରିଯାଇଥିଲେ । କୋଟିଆ ପଞ୍ଚାୟତର ଫାଟୁସିନେରି ଦେଇ ପ୍ରବେଶ କରି ଆନ୍ଧ୍ର ସରକାରୀ ଅଧିକାରୀ ମାନେ ନେରେଡିବାଲାସା ବାଟ ଦେଇ ଆନ୍ଧ୍ରକୁ ଫେରିଯିବା ପଛରେ କ’ଣ ଯେ ରହସ୍ୟ ରହିଛି ଓ କୋଟିଆକୁ ନେଇ ଆନ୍ଧ୍ରର ଭବିଷ୍ୟତ ରଣନୀତି ଉପରେ ଏହି ଗସ୍ତର କି ପ୍ରଭାବ ପଡ଼ିବ ତାହା ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.