ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ ଜେଲ, ୫୦ ହଜାର ଜରିମାନା…

ଫୁଲବାଣୀ;- ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାସ୍କରଚନ୍ଦ୍ର ସାହୁ ଏକ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର । ବିଚାରଣା କରି ମାମଲାର ୧୩ ଜଣ ସାଖିଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାର ବୟାନକୁ ଆଧାର କରି ଘଟଣାର ଅଭିଯୁକ୍ତ ସୀତାପୁର ବେହେରା ମାଝୀ (୨୨)କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାକୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସମେତ ୫୦ ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାଳୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ବିଚାରପତି ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କ ତରଫରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ମାମଲାର ପରିଚାଳନା କରିଥିଲେ । ସୂଚନା ଅନୁସାରେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖରେ ପୀଡ଼ିତା ନିକଟସ୍ଥ ଗାଁ ସାଙ୍ଗମାହାକୁ ଯାତ୍ରା ଦେଖିବାକୁ ଯାଇଥିଲା । ସେଠାରେ ପ୍ରାୟ ସନ୍ଧ୍ୟା ୭ଟା ସମୟରେ ସେ ଗୋଟିଏ ଦୋକାନରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ତାକୁ ସେଠାରୁ କୋର ଜବରଦସ୍ତ କରି ଉଠାଇ ନେଇ ଗୋଟିଏ ଆମ୍ବ ଗଛ ମୂଳରେ ତା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଫଳରେ ପୀଡ଼ିତା ଅଚେତ ହୋଇପଡିଥିଲା ତାର ଏହି ଅବସ୍ଥା ଦେଖି ନିକଟରେ ଥିବା ଅନ୍ୟ ଦୁଇଜଣ ସହୃଦୟ ବ୍ୟକ୍ତି ତାକୁ ସେଠାରୁ ଉଦ୍ଧାର କରିବା ସହିତ ତାର ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପୀଡ଼ିତାର ବାପା ଓ ପରିବାର ଲୋକେ ସେଠାରେ ପହଞ୍ଚି ନାବାଳିକାକୁ ସେଠାରୁ ନେଇଥିଲେ। ପୀଡ଼ିତାର ବାପା ୨୮/୦୨/୨୦୧୭ ତାରିଖରେ କୋଟଗଡ ଥାନାରେ ଏହି ସଂକ୍ରାନ୍ତରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ କୋଟଗଡ ଥାନା ପୋଲିସ ଏକ ମାମଲା ୧୬ | ୨୦୧୭ ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାର ବିଚାରଣା କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।

nis-ad
Leave A Reply

Your email address will not be published.