ଡିମ୍ପଲଙ୍କ ବଦଳରେ ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ତୃତୀୟ ପ୍ରାର୍ଥୀଭାବେ ଘୋଷଣା କଲା ସପା

ଲକ୍ଷ୍ନୌ: ସସ୍‌ପେନ୍ସ ଉପରୁ ପରଦା ହଟାଇଲା ସମାଜବାଦୀ ପାର୍ଟି। ଆଉଟ୍‌ ହେଲେ ଡିମ୍ପଲ ଯାଦବ। ତାଙ୍କ ସ୍ଥାନରେ ଇନ୍‌ ହେଲେ ଜୟନ୍ତ ଚୌଧୁରୀ। ତୃତୀୟ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି। ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ସପା ଏବଂ ଆର୍‌ଏଲ୍‌ଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଆଜି ସକାଳେ ଅଖିଲେଶ ଯାଦବ ଜୟନ୍ତ ଚୌଧୁରୀଙ୍କୁ ଫୋନ୍‌ କରି ଏହି ସୂଚନା ଦେଇଛନ୍ତି।
ବାସ୍ତବରେ ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭାକୁ ପଠାଯାଇ ନ ଥିବାରୁ ଦଳରୁ ଅସନ୍ତୋଷ ଥିଲେ। ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଚର୍ଚ୍ଚା ହୋଇଥିଲା। ଜୟନ୍ତ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିପାଇଁ ସମାଜବାଦୀ ପାର୍ଟିକୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡିଥିଲା। ଏବେ ଜୟନ୍ତ ଚୌଧୁରୀଙ୍କୁ ଡିମ୍ପଲ୍ ଯାଦବଙ୍କ ବଦଳରେ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି।
ମଙ୍ଗଳବାର ଠାରୁ ଉତ୍ତରପ୍ରଦେଶରେ ଖାଲିପଡିଥିବା ୧୧ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ଜୁନ୍‌ ୧୦ରେ ଭୋଟିଂ ହେବ। ୪୦୩ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ସମାଜବାଦୀ ପାର୍ଟିର ୧୧୧ ସଦସ୍ୟ ଅଛନ୍ତି। ଏଥିପାଇଁ ସପା ବେଶ୍‌ ସହଜରେ ତିନି ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇ ପାରିବ। ଯେଉଁଥିରୁ ଜୟନ୍ତ ଚୌଧୁରୀ ହେଉଛନ୍ତି ଜଣେ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ଶିବଲଙ୍କୁ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ମନୋନୀତ କରିଛି। ସପା ଶିବଲଙ୍କୁ ସମର୍ଥନ କରିଛି। ଗତକାଲି ସେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତିି। ସେପଟେ ଡିମ୍ପଲ ଯାଦବ ରାଜ୍ୟସଭା ନଯିବା ପରେ ସେ ଆଜମଗଡ ଲୋକସଭା ଆସନରୁ ଉପନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜେର ଧରିଛି। ନିର୍ବାଚନ କମିଶନ ବୁଧବାର ଆଜମଗଡ ଓ ରାମପୁର ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ଏହି ଦୁଇଟି ଆସନରେ ଆସନ୍ତା ଜୁନ୍‌ ୨୩ରେ ଉପ-ନିର୍ବାଚନ ହେବ।

nis-ad
Leave A Reply

Your email address will not be published.