ଜନ୍ତ୍ରୀ ଠାରେ ବୋଟ ଆମ୍ବୁଲାନ୍ସରେ ପ୍ରଥମ ରାଜ ନେତା ଭାବେ ପହଞ୍ଚିଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା


ଚିତ୍ରକୋଣ୍ଡା (୨୬/୦୫) : ସ୍ୱାଧୀନତାର ୭୦ ବର୍ଷ ପରେ ବୋଟ ଆମ୍ବୁଲାନ୍ସରେ ପ୍ରଥମ ରାଜ ନେତା ଭାବେ ପାଦ ଦେଇଛନ୍ତି ଚିତକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା | ଦିନେ ଯେଉଁଠି ନକ୍ସଲର ପ୍ରଜକୋଟ ଚାଲୁଥିଲା ଆଜି ସେଠି ପହଂଛିଛନ୍ତି ଚିତ୍ରକୋଣ୍ଡା ବିଧାୟକ | ବିଧାୟକ ଲୋକଙ୍କ ସହ ମିଶି ଲୋକଙ୍କ ସମସ୍ୟା ବୁଝିଥିଲେ । ସେଠାରେ ଲୋକମାନେ ପ୍ରଥମ ଥର ବିଧାୟକଙ୍କୁ ପାଇ ଫୁଲମାଳ ଦେଇ ଗ୍ରାମ କୁ ନେଇଥିଲେ | ଗ୍ରାମରେ ଲୋକମାନଙ୍କ ସହ ସେ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ |

ମୁଖ୍ୟ ସମସ୍ୟା ହେଲା ମୁଦୁଲି ଗୁଡ଼ା ଠାରୁ ଓରପଦର କୁ ଗୋଟିଏ ୪୦୦ ମିଟର ବ୍ରିଜ଼ ହେଲେ ୫ ଟି ପଂଚୟତ କୁ ସୁବିଧା ହୋଇପାରିବ ବୋଲି ଲୋକେ କହିଛନ୍ତି । ଜନ୍ତ୍ରୀ ଓ ଅନ୍ଦ୍ରାପଲିରେ ପଞ୍ଚାୟତ ଅଫିସ ନାହିଁ। ମେଡିକାଲ ର ସୁବିଧା ନାହିଁ ଅଙ୍ଗନବାଡି କର୍ମଚାରୀ ରହୁ ନ ଥିବା ଓ କିଛି ଜାଗାରେ କଳ୍ଭଟ କରିବାକୁ କହିଛନ୍ତି ସ୍ଥାନୀୟ ଲୋକ। ମୁଖ୍ୟମନ୍ତ୍ରୀ ଙ୍କ ଫୋକସ ରେ ଥିବା ସ୍ୱଭିମାନ ଅଞ୍ଚଳ କୁ ଅଧିକ ବିକଶିତ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ଏବଂ ହାଇସ୍କୁଲ ଓ ପ୍ଲେଗ୍ରାଉଣ୍ଡ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକଙ୍କ ସହ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକl Mpପ୍ରତିନିଧି ମୋଦନ ଖସଲା ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରହିତ ବିଜେଡି କର୍ମୀ ସମନାଥ ବାର୍ସେଙ୍କ ସହ ଏକ ଟିମ ଯାଇ ପହଞ୍ଚିଥିଲେ l

nis-ad
Leave A Reply

Your email address will not be published.