ଦାରିଙ୍ଗବାଡ଼ି ସାଞ୍ଜାସରୁ ଉନ୍ନୟନ କମିଟି ବୈଠକ

ଦାରିଙ୍ଗବାଡ଼ି, ୨୪/୫ : ଦାରିଙ୍ଗବାଡ଼ି ବ୍ଲକର ସମସ୍ତ ପର୍ଯ୍ୟଟନ ସ୍ଥଳୀ ତଥା ହିଲଭିୟୁ ପାର୍କର ବିକାଶ ଓ ପରିଚାଳନା କରିବା ପାଇଁ ପ୍ରଶାସନ ଓ ବିଭିନ୍ନ ସଂଗଠନକୁ ନେଇ କରାଯାଇଥିବା ସାଞ୍ଜାସରୁ ଉନ୍ନୟନ କମିଟି ବୈଠକ ଗତକାଲି ସନ୍ଧ୍ୟା ସମୟରେ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସାଞ୍ଜାସରୁ କମିଟି ସଭାପତି ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ସଂପାଦକ ବିଡିଓ ଗଧାଧର ପାତ୍ର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଚାର୍ଲସ ନାୟକ,ଥାନା ଅଧିକାରୀ କୌଶିକ ମାଝୀ, ବଣିକ ସଙ୍ଘ ସଭାପତି ଅରୁଣ ସାହୁ, ବରିଷ୍ଠ ନାଗରିକ ସଂଗଠନ ସଭାପତି ରମେଶ ଚନ୍ଦ୍ର ସାହୁ , ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା ,ବିଧାୟକ ପ୍ରତିନିଧି ଦୀପକ ସାହୁ, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଳିକ, ଦାସିଙ୍ଗବାଡ଼ି ସରପଞ୍ଚ ସାନୁଜ ପ୍ରଧାନ, ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନ, କିରୀକୁଟି ସରପଞ୍ଚଙ୍କ ସମେତ ସାଞ୍ଜାସରୁ ଉନ୍ନୟନ କମିଟି ସଦସ୍ୟ ଅନ୍ୟ ପ୍ରତିନିଧି ମାନେ ଯୋଗଦେଇ ଥିଲେ । ହିଲଭିୟୁ ପାର୍କ ର ବିଭିନ୍ନ ସମସ୍ୟା ସମାଧାନ କରିବା ସହିତ କେତେକ ନୂତନ କାର୍ଯ୍ୟ ହାତକୁ ନେଇ ପାର୍କର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଆଲୋଚନା ହୋଇଥିବା ବେଳେ ତ୍ରିସକ୍ତି କଂଷ୍ଟ୍ରକସନକୁ ଦାଇତ୍ୱ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଟ୍ରାଇବାଲ ମ୍ୟୁଜିୟମର ପୁନରୁଦ୍ଧାର କରି ପର୍ଯ୍ୟଟକଙ୍କ ପାଇଁ ଖୋଲା ରଖିବା ଓ ଅନ୍ୟ ପର୍ଯ୍ୟଟନ ସ୍ଥଳୀ ମିଡିୟୁବାନ୍ଧା ଜଳପ୍ରପାତ, ଲଭର୍ସ ପଏଣ୍ଟ , କଫି ବଗିଚା , ସନସେଟ ପଏଣ୍ଟ ଓ ଡୁଲୁରି ପାଇନବଣ ରେ ଶୌଚାଳୟ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା କରିବା ସହ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ସରପଞ୍ଚ ମାନଙ୍କୁ ପଞ୍ଚାୟତର ପର୍ଯ୍ୟଟନ ସ୍ଥଳୀ ଦାଇତ୍ୱ ଦେବା ପାଇଁ ସାଞ୍ଜାସରୁ ଉନ୍ନୟନ କମିଟି ପକ୍ଷରୁ ରେଜୁଲେସନ କରି ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା ଏବଂ ସରପଞ୍ଚ ସେହି ପଞ୍ଚାୟତରେ ପର୍ଯ୍ୟଟନ ସ୍ଥଳୀର ଦାଇତ୍ୱ କାହାକୁ ଦେବେ ତାହା ସ୍ଥିର କରିବେ ବୋଲି ବୈଠକରେ ଆଲୋଚନା କରିଥିଲେ। ପର୍ଯ୍ୟଟନ ସ୍ଥଳୀର ଟିକେଟର ମୂଲ୍ୟ ଧାର୍ଯ୍ୟ କରାଯିବା ସହ ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ କେତେ ଅର୍ଥ ରଖାଯିବ ସେନେଇ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ନୂତନ ଭାବେ ହୋଟେଲ ମାଲିକ ସଂଘ ସଭାପତି ଗିରିଷ ଚନ୍ଦ୍ର ସାହୁଙ୍କୁ ଉପସଭାପତି ଓ ଜାଗୃତି ସମ୍ପାଦକ କୈଳାସଚନ୍ଦ୍ର ଦଣ୍ଡପାଟଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇଥିଲା ।

nis-ad
Leave A Reply

Your email address will not be published.