SCBରେ ଆଇନଜିବୀଙ୍କୁ ଆକ୍ରମଣ ମାମଲା : ୭ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

କଟକ: ଏସସିବି ମେଡିକାଲର ୭ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ। ଆଇନଜିବୀ ସପନ କୁମାର ପାଲଙ୍କୁ ଆକ୍ରମଣ କରିବା ଘଟଣାରେ ଚାର୍ଜସିଟ ଦାଖଲ ହୋଇସାରିଛି। ସିସିଟିଭି ଫୁଟେଜ ଆଧାରରେ ୭ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରାଯାଇ ନିମ୍ନ ଅଦାଲତରେ ଚାର୍ଜସିଟ୍ ଦାଖଲ ହୋଇଥିବା ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇଛନ୍ତି କଟକ ଡିସିପି।

ପ୍ରକାଶ ଥାଉକି, ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଆଇନଜିବୀ ସପନ ପାଲଙ୍କୁ ଆକ୍ରମଣ ହୋଇଥିଲା। ଜଣେ ସମ୍ପର୍କୀୟଙ୍କୁ ନେଇ ସପନ ପାଲ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇବାରୁ ଡାକ୍ତରମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ସପନ ପାଲ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଙ୍ଗଳାବାଗ ଥାନା ପୋଲିସ ସିସିଟିଭି ଫୁଟେଜ ଆଧାରରେ ୭ ଜଣ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିବା ଆବେଦନକାରୀଙ୍କ ଆଇନଜୀବୀ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.