ଦାରିଙ୍ଗବାଡି,(୨୨/୫) : ରାଜ୍ୟ ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ଶାରୀରିକ ତଥା ମାନସିକର ବିକାଶ କରିବା ପାଇଁ ପ୍ରତି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛନ୍ତି। ହେଲେ କେତେକ ଅଙ୍ଗନବାଡ଼ି କେନ୍ଦ୍ର ଅଧପନ୍ତରିଆ ହୋଇ ରହିଛି ତ ଆଉ କେତେକ କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ପିଲାମାନେ କାହାର ବାରଣ୍ଡାରେତ ଆଉ କେତେକ କେନ୍ଦ୍ରରେ ଖୋଲା ଆକାଶ ତଳେ ତଥା ଅସ୍ବାସ୍ଥ୍ୟକର ପରିବେଶରେ ବସିବା ସହିତ ଭୋଜନବି ଗ୍ରହଣ କରୁଛନ୍ତି । ଏଭଳି ଏକ ଘଟଣା ଦେଖାବାକୁ ମିଳିଛି ଝିଞ୍ଜିରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିରାମାହା ଅଙ୍ଗନବାଡ଼ି କେନ୍ଦ୍ରରେ। ଦୁଇ ବର୍ଷ ପୂର୍ବେ ଏହି କେନ୍ଦ୍ର ଖୋଲାଯାଇଛି ହେଲେ ଘର କାମ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଘରର ଚଟାଣ ପ୍ଳାଷ୍ଟର ହୋଇନଥିବାରୁ ମାଟି ଲିପି ପିଲା ବସୁଛନ୍ତି। ଏମିତିକି କବାଟ ଝରକା ମଧ୍ୟ ଲାଗି ନାହିଁ । ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା ନିମନ୍ତେ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ପଡ଼ୁ ନଥିବାରୁ କାମ ସରୁନାହିଁ । ପିଲାମାନେ କେତେବେଳେ ଗଛ ତଳେ ପଢୁଛନ୍ତି ତ ଆଉ କେତେବେଳେ ଗ୍ରାମର କୋଠଘରେ। ବର୍ଷା ହୋଇଗଲେ ଅଙ୍ଗନବାଡ଼ି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି। ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇ ଏହି ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.