ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତିଅଧିଆ ଜିପିଆର ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଘନ ଅନ୍ଧକାରରେ ଚୋରମାନେ ହିଁ କାମ କରନ୍ତି । ଯଦି କେହି କିଛି ଭୁଲ କରିନଥାନ୍ତେ ତେବେ ଏଭଳି କାମ କରିନଥାନ୍ତେ । ସେ ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର ଯେଉଁମାନେ ମଧ୍ୟ ଭୁଲ କମାକରିଛନ୍ତି ତାକୁ ପ୍ରଥମେ ବନ୍ଦ କରନ୍ତୁ । ଯଦି କାମ ଠିକରେ ଚାଲିଛି ତେବେ ଦିନ ବେଳା କରିବାରେ କେଉଁଠି ଅସୁବିଧା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ ଗୃହ କିମିଟି କାହିଁକି ସେଠାକୁ ଯାଇ ତଦନ୍ତ କରୁନାହହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଗୃହ କମିଟି ଗୋଟିଏ ସର୍ବଦଳୀୟ କମିଟି ହୋଇଥିବା ବେଳେ କାହିିଁକି କମିଟି ଯାଉନାହିଁ ସେ ଜାଣିବାକୁ ଚାହିଁଛନ୍ତି । ମୁଖ୍ୟମନ୍ତ୍ରୀ ଶୀଘ୍ର ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି । ଯେଉଁମାନେ ବି ଏଭଳି କାମ କରୁଛନ୍ତି ଏଏସଆଇ ସହ କାମ କରନ୍ତୁ ଆଉ ସମସ୍ତଙ୍କ ସାମ୍ନାରେ କରନ୍ତୁ, ଲୁଚାଛପା କାମ କରନ୍ତୁ । ଡେରିରେ ହେଉ ପଛେ ସରକାରର ଜ୍ଞାନ ଉଦୟ ହେଉ ବୋଲି ସେ କହିଛନ୍ତି । ସରକାର ଭୁଲ କରିଛନ୍ତି ଏଣୁ ମାନୁଛନ୍ତି । ତେଣୁ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିବାର ଥିଲା । ତେବେ ଶୀଘ୍ର ଏହାର ଶୁଣାଣି କରାଯାଉ ଯାହାଦ୍ୱାରା ଆଉ ବେଆଇନ କାମ ହେବ ନାହିଁ ।