ସୁନ୍ଦରଗଡ ଜିଲ୍ଲାର ଦୁଇଟି ଜାଗାରେ ମାଟ୍ରିକ ଖାତାଦେଖା ଆରମ୍ଭ

ରାଉରକେଲା, ୨୧/୫ (ବସନ୍ତ କୁମାର ଜେନା) : ରାଉରକେଲା ଉଦିତନଗରରୁ ସରକାରୀ ହାଇସ୍କୁଲ ପରିସରରେ ଆଜି ଦଶମ ଶ୍ରେଣୀ ପିଲାଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ୨ ଟି ସ୍ଥାନରେ ଛାତ୍ରଛାତ୍ରୀଙ୍କ ଖାତା ଯାଞ୍ଚ କରାଯାଉଛି । ସୁନ୍ଦରଗଡ଼ ଭବାନୀ ଶଙ୍କର ସରକାରୀ ହାଇସ୍କୁଲ ଏବଂ ରାଉରକେଲା ଉଦିତନଗର ସରକାରୀ ହାଇସ୍କୁଲ । ଏହାକୁ ନେଇ ରାଉରକେଲାରେ ଉଦିତନଗର ସ୍କୁଲରେ ୯ ଟି ୟୁନିଟ କରାଯାଇଛି । ସହରର ଅନେକ ସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଖାତା ଯାଞ୍ଚ କରୁଛନ୍ତି । ୮ ଦିନ ପର୍ଯ୍ୟନ୍ତ ଖାତା ଯାଞ୍ଚ କରାଯିବ । ଉକ୍ତ ସୂଚନା ଉଦିତନଗର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସକୁଂନ୍ତଳା କିଷାନ ଦେଇଥିଲେ । ସେ ଆଉ କହିଥିଲେ ଯେ, ଖାତା ଯାଞ୍ଚକୁ ନେଇ କୌଣସି ଲୋକଙ୍କୁ ସ୍କୁଲର କ୍ଲାସ ରୁମକୁ ପ୍ରବେଶ ନିଷେଧ କରାଯାଇଛି । କେବଳ ଶିକ୍ଷକମାନେ କ୍ଲାସରୁମରେ ପ୍ରବେଶ କରିବାର ଅନୁମତି ରହିଛି । ସେହିପରି ସୁନ୍ଦରଗଡ଼ ଭବାନୀ ଶଙ୍କର ହାଇସ୍କୁଲରେ ଖାତା ଯାଞ୍ଚ କରାଯାଉଛି ।

nis-ad
Leave A Reply

Your email address will not be published.