“ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା ” କହି ଆତ୍ମହତ୍ୟା କଲେ ଯୁବକ

ଖୋର୍ଦ୍ଧା: ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ନିଜ ହାତର ଶିରା କାଟି ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବକ। ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ବେଙ୍ଗାଲୁରରେ ଚାକିରି କରୁଥିଲେ। ସାଙ୍ଗର ବିବାହ ପାଇଁ ୩ରୁ୪ ଦିନ ହେବ ଘରକୁ ଆସିଥିଲେ।

ଗତକାଲି ରାତିରେ ଶିରା କାଟି ନିଜ ଭିତରେ ଥିବା ଯନ୍ତ୍ରଣାକୁ ଏକ ଭିଡ଼ିଓ କରି ନିଜ ମୋବାଇଲ ଷ୍ଟାଟସରେ ରଖିଥିଲେ। ଭିଡିୟରେ “ତୁ ମୋତେ ଭୁଲି ଗଲୁ, କିନ୍ତୁ ମୁଁ ତୋତେ ଭୁଲି ପାରୁ ନାହିଁ। ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି। ମୁଁ ମୋ ବାବା, ମମିଙ୍କୁ ବହୁତ ଭଲ ପାଏ। ବାବା ମମି ମୋତେ କ୍ଷମା କରିଦେବ। ମୁଁ ଜାଣିପାରୁ ନାହିଁ କ’ଣ ସବୁ କରୁଛି? ଆଉ ମାତ୍ର କିଛି ସମୟ ବଞ୍ଚିବି।” କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’ ଏହା ସହ ମୃତ୍ୟୁ ପୂର୍ବରୁ ନିଜ ଭଉଣୀଙ୍କ ସହ ବହୁତ ସମୟ ଧରି କଥା ହୋଇଥିଲେ।

ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଭିଣୋଇ କହିଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୋଲିସ ସୌମ୍ୟରଞ୍ଜନଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ କରୁଛି। ସୌମ୍ୟରଞ୍ଜନ କେଉଁ ଯୁବତୀଙ୍କୁ ଭଲ ପାଉଥିଲେ, ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୌମ୍ୟରଞ୍ଜନ ଘରର ବଡ଼ ପୁଅ ଥିଲେ। ସଂପୃକ୍ତ ଯୁବତୀଙ୍କୁ ପୁଲିସ ଖୋଜି ତାକୁ ଗିରଫ କରୁ ବୋଲି ସୌମ୍ୟଙ୍କ ପରିବାର ଲୋକେ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.