ରେଭେନ୍ସାରେ ଛାତ୍ରଙ୍କ ଆମରଣ ଅନଶନ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଆମରଣ ଅନଶନରେ ବସିଛନ୍ତି । ସନ୍ଧ୍ୟା ୬ଟା ପରେ ପଛପଟ ଗେଟ୍ ଖୋଲିବା ନିଷ୍ପତ୍ତିକୁ ନେଇ ଛାତ୍ରମାନେ ବିରୋଧ କରି ଏହି ଅନଶନ କରିଛନ୍ତି । ପଛପଟ ଗେଟ୍ ବନ୍ଦ ରଖି ମୁଖ୍ୟ ଗେଟ୍ ଖୋଲିବାକୁ ଛାତ୍ରମାନେ ଦାବି କରିଛନ୍ତି ।

ଛାତ୍ରମାନଙ୍କ କହିବା ଅନୁସାରେ, ପଛ ଗେଟ୍ ରାସ୍ତାରେ ଭାରୀଯାନ ଯିବାଆସିବା କରିବା ସହ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଛି ।

ସେପଟେ ଆସିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହୁଛି । ତେଣୁ ଛାତ୍ରମାନେ ପଛ ଗେଟ୍ ଖୋଲିବାକୁ ବିରୋଧ କରି ଆମରଣ ଅନଶନରେ ବସିଛନ୍ତି । ଏହା ଗତକାଲିଠୁ ଜାରି ରହିଛି । ସବୁଠୁ ବଡ କଥା ହେଲା ଛାତ୍ରମାନେ ଅମରଣ ଅନଶନରେ ଗତକାଲିଠୁ ବସିଥିଲେ ବି ଏଯାଏ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

nis-ad
Leave A Reply

Your email address will not be published.