କଟକ: କଟକ ରେଲୱେ ଷ୍ଟେସନରେ ଯୁବକଙ୍କ ହାଇଡ୍ରାମା। ମାଲବାହୀ ଟ୍ରେନ୍ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଲେ ଯୁବକ। ଗୁରୁବାର ସକାଳେ ଜଣେ ଯୁବକ ଦୀର୍ଘ ସମୟ ଧରି ହାଇଡ୍ରାମା କରିବା ପରେ ଘଟଣାସ୍ଥଳରେ ଆରପିଏଫ୍ ଏବଂ ଜିଆରପି ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ଆରପିଏଫ୍ ପକ୍ଷରୁ ସୂଚନା ମିଳିଛି।
ସେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରନ୍ତି ଏବଂ ଅଧିକାଂଶ ସମୟରେ ଏପରି ଭାବେ ଟ୍ରେନ୍ ଉପରେ ଚଢିଯାଇଥାନ୍ତି।