ଭୁବନେଶ୍ୱର : ରାଜଧାନୀରେ ଉଭା ହୋଇଛନ୍ତି ଜୁନିୟର ସାରଥୀ । ବୟସ ପାଖାପାଖି ୧୮ । ତୁଳସୀ ଓ ମୟୂର ଚୂଳ ପିନ୍ଧି ସାରଥୀଙ୍କ ଭଳି ସଜେଇ ହୋଇଛନ୍ତି । ତାଙ୍କୁ ଲୋକ ପୂଜା ବି କରୁଛନ୍ତି । ଖଣ୍ଡଗିରି ଅଞ୍ଚଳର ବୈକୁଣ୍ଠ ଧାମ ସେବାଶ୍ରମରେ ଏଭଳି ଜଣେ ବାବା ଉଭା ହୋଇଛନ୍ତି । ତାଙ୍କ ନାଁ ଅନନ୍ତ ମାଧବ । ତାଙ୍କୁ ବାବା ସଜାଇ ଲୋକଙ୍କୁ ରୋଜଗାର କରୁଛନ୍ତି ବୋଲି ଅଭିଯୋଗ କରିଛି ସମାଜସେବୀ ମହାସଂଘ । ଏନେଇ ଗତକାଲି ଭରତପୁର ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାସଂଘ ଦାବି କରିଛି । ସଙ୍ଗଠନର ଅଭିଯୋଗକୁ ଆଧାର କରି ବୈକୁଣ୍ଠ ଧାମ ସେବାଶ୍ରମରେ ଚଢାଉ କରିଛି ପୋଲିସ । ଏପଟେ ସମାଜସେବୀ ସଂଘ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ବୈକୁଣ୍ଠଧାମ ସେବାଶ୍ରମର ସଦସ୍ୟ ।
Sign in
Sign in
Recover your password.
A password will be e-mailed to you.
Prev Post