କଂଗ୍ରେସରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା । କଂଗ୍ରେସରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ । ଇସ୍ତଫା ଦେବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଟ୍ଵିଟ୍ କରି କହିଛନ୍ତି ଯେ, ଆଜି ମୁଁ ନିଜକୁ ଷ୍ଟ୍ରଙ୍ଗ କରି ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ଯେ, କଂଗ୍ରେସ ପାର୍ଟି ପଦ ଏବଂ ସଦସ୍ୟତାରୁ ଇସ୍ତଫା ଦେଉଛି । ମୋର ଏହି ନିଷ୍ପତ୍ତିକୁ ମୋର ସାଥୀମାନେ ଏବଂ ଗୁଜୁରାଟର ଜନତା ସ୍ଵାଗତ କରିବେ ବୋଲି ମୋର ଆଶା ରହିଛି । ମୋର ଏହି ପଦକ୍ଷେପ ପରେ ମୁଁ ଗୁଜୁରାଟର ଜନତାଙ୍କ ପାଇଁ ସଚ୍ଚୋଟତାର ସହ କାମ କରିବି ।

ଦଳରୁ ଇସ୍ତଫା ଦେଇ ହାର୍ଦ୍ଦିକ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦେଶ ହିତ ଏବଂ ସମାଜ ହିତର ବୀପରିତ ଦିଗରେ କାମ କରୁଛି । କଂଗ୍ରେସ ପାର୍ଟିର ବିରୋଧ ରାଜନୀତି ପର୍ଯ୍ୟନ୍ତ ସୀମିତ । ରାମ ମନ୍ଦିର, ସିଏଏ-ଏନଆରସି, ଧାରା ୩୭୦, ଜିଏସଟି ଲାଗୁ କରିବାରେ କଂଗ୍ରେସ ବାଧା ସୃଷ୍ଟି କରିଛି, ଯେତେବେଳେ ଦେଶ ସଙ୍କଟରେ ଥିଲା ସେତେବେଳେ ଆମ ନେତା ବିଦେଶରେ ଥିଲେ ।

ହାର୍ଦ୍ଦିକ ପଟେଲ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ । ହେଲେ କିଛି ଦିନ ହେବ ସେ କଂଗ୍ରେସର ନେତୃତ୍ଵକୁ ନେଇ ଅସନ୍ତୁଷ୍ଟ ଥିଲେ । ଏନେଇ ସେ ବହୁଥର ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଦଳରେ କୌଣସି ନିଷ୍ପତ୍ତି ନେବା ପାଇଁ ତାଙ୍କ ନିକଟରେ କ୍ଷମତା ନାହିଁ ବୋଲି କହିଥିଲେ । କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ପୂର୍ବରୁ ଅଟକଳ କରାଯାଉଥିଲା। ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

nis-ad
Leave A Reply

Your email address will not be published.