ମେଣ୍ଟେନାନ୍ସ ପାଇଁ ରାଜ୍ୟରେ ହେବ ପାୱାର କଟ୍

ଭୁବନେଶ୍ୱର: ପାୱାର କଟ୍ ଓ ଅଧିକ ବିଲ୍ ଆସିବା ସମସ୍ୟାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଦ୍ବେଗ ପ୍ରକାଶ ପାଇଛି । ସମସ୍ୟାର ସମାଧାନ ନେଇ ବିଭିନ୍ନ ବିଦ୍ୟୁତ୍ ବିତରଣୀ ସଂସ୍ଥା ସହ ବୈଠକରେ ଆଲୋଚନା କରିଛି ଷ୍ଟାଣ୍ଡିଂ କମିଟି । ବୈଠକ ପରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବା ସୁବତ୍ର ତରାଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ‘ଖରାଦିନେ ସମସ୍ୟା ପାଇଁ ଟାଇମ ମ୍ୟାନେଜମେଣ୍ଟକୁ ଗରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷାଦିନ ଆଗରୁ ସବୁକାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତ୍ ବିଲ୍ ସମସ୍ୟାର ସମାଧାନ ବିଜୁଳି ଅଦାଲତରେ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାସ୍ତରରେ ଡିଇସି ବୈଠକରେ ଆଲୋଚନା କରି ସମାଧାନ ପାଇଁ ପରାମର୍ଶ ଦିଆଯାଇଛି ।’

ଅନ୍ୟପଟେ ମେଣ୍ଟାନାନ୍ସ ପାଇଁ ବିଦ୍ୟୁତ୍ କାଟ୍ ହେଉଛି ବୋଲି ଶକ୍ତି ସଚିବ ନିକୁଞ୍ଜ ଧଳ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ରାତିରେ ବିଦ୍ୟୁତ୍ କାଟ ନକରିବାକୁ ଓ ପାୱାର ଆଉଟେଜ ମିନିମାଇଜ୍ ପାଇଁ କୁହାଯାଇଛି । ଆମେ ବିଜୁଳିକୁ ନେଇ କୌଣସି ରେଗୁଲେସନ କରୁନାହିଁ । ମେଣ୍ଟେନାନ୍ସ ଓ କ୍ୟାପିଟାଲ ୱାର୍କ ପାଇଁ ସଂସ୍ଥାମାନ ବିଦ୍ୟୁତ୍ କାଟ୍ କରୁଛନ୍ତି । ଖରାଦିନ ଓ ପିଲାଙ୍କ ପରୀକ୍ଷା ପାଇଁ ବିଦ୍ୟୁତ୍ କାଟ୍ ନକରିବାକୁ ପରାମର୍ଶ ଦିଆଯାଇଛି ।’

nis-ad
Leave A Reply

Your email address will not be published.