ବଡ଼ ମେଡ଼ିକାଲ୍ ବଞ୍ଚାଅ ଦାବୀରେ ଆଜି ଦଳ ପକ୍ଷରୁ ପ୍ରତିବାଦ ଓ ତିନି ଦିନିଆ ଗଣ ବିକ୍ଷୋଭ ପ୍ରଦର୍ଶନ ଆଜି ଦ୍ୱିତୀୟ ଦିନରେ…

ବ୍ରହ୍ମପୁର : ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ମିଳିତ ଭାବେ “ବଡ଼ ମେଡ଼ିକାଲ୍ ବଞ୍ଚାଅ” ଦାବୀରେ ଆଜି ଦଳ ପକ୍ଷରୁ ପ୍ରତିବାଦ ଜଣାଇ ତିନି ଦିନିଆ ଗଣ ବିକ୍ଷୋଭ ପ୍ରଦର୍ଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ବିଜେପି ନେତା ମାନେ ବଡ ମେଡ଼ିକାଲର ସଙ୍କଟାପର୍ଣ ସ୍ୱାସ୍ଥ୍ୟ ଅବସ୍ତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଆଜି ଦଳ ପକ୍ଷରୁ ବଡ଼ ମେଡ଼ିକାଲରେ ଖାଲି ପଡ଼ିଥିବା ୧୧୨ ଡ଼ାକ୍ତର ପଦବୀ ପୂରଣ,ବରିଷ୍ଠ ଡ଼ାକ୍ତର ମାନଙ୍କ ବଦଳିକୁ ବାତିଲ୍ କରିବା,ସୁପେର୍ ସ୍ପେଷାଲିଷ୍ଟ ବିଭାଗକୁ ୨୪ ଘଣ୍ଟିଆ,ଟ୍ରମା କେର୍ ୟୁନିଟ୍ ତୁରନ୍ତ ଆରମ୍ଭ,ବର୍ଣ ୟୁନିଟ୍ ସ୍ଥାପନ, ୨୪ ଘଣ୍ଟିଆ ଡ଼ାଇଲିସିସ୍ ପ୍ରକୋଷ୍ଠ ସ୍ଥାପନ,ଆସିୟୁ ବେଡ଼ର ବୢଦ୍ଧି,୨୪ ଘଣ୍ଟିଆ ରୋଗୀ ସହାୟତା ସୂଚନା କେନ୍ଦ୍ର ଆଦି ବିଭିନ୍ନ ୧୪ ଗୋଟି ଦାବୀ ନେଇ ଆଜି ବଡ଼ ମେଡ଼ିକାଲ୍ ଅଧ୍ୟକ୍ଷ ଙ୍କୁ ଏକ ଦାବୀ ପତ୍ର ଦିଆଯାଇଥିଲା । ଆଜିର ଏହି “ଗଣଧାରଣା ଏବଂ ବିକ୍ଷୋଭ” କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ସମେତ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି,ସରୋଜ ସାବତ,ମହେଶ ମହାନ୍ତି,ନୀଳମଣି ବିଷୋୟୀ,ପ୍ରଶାନ୍ତ କର,ଶିଶିର ମିଶ୍ର,ରଞ୍ଜନ ପଲ୍ଲେଇ,ଭାରତୀ ବେହେରା,ବିନାୟକ ତ୍ରିପାଠୀ,ମହନ୍ତ ଚିନ୍ମୟାନନ୍ଦ ଦାସ,ମାଧବ ଗୌଡ଼,ଗଦାଧର ସ୍ୱାଇଁ,ପରେଶ ରଥ,ବିନୋଦ ମିଶ୍ର,ନୀରଞ୍ଜନ ପାଣିଗ୍ରାହୀ,ଆଜିର ଏହି କାର୍ଯ୍ୟକ୍ରମର ସଂଯୋଜକ ରାମ କୁମାର ପାତ୍ର,ଡ଼.ସୁବାଷ ସାହୁ,ଜିଲ୍ଲା ସ୍ୱାସ୍ତ୍ୟ ସେଲ୍ ସଂଯୋଜକ ରାଜୀବ କୁମାର ମିଶ୍ର,ସିଦ୍ଧାନ୍ତ ଗଙ୍ଗଦେବ, ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର,ପ୍ରଦୀପ ଶତପଥି,ସୁସିଳା ମଲ୍ଲିକ, ଡ଼ି.କରୁଣାକର,ସୁନିଲ କୁମାର ସାହୁ,ବାଳକୃଷ୍ଣ ସାମନ୍ତରା, ସରୋଜ ପାତ୍ର,ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ୍.ମହୋନ ଦାସ,ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା,ରାଜେଶ ସାହୁ,ଡ଼.ରାମହରି ଖଣ୍ଡୁଆଳ,ରାମ ସାମଲ,ଭୀମସେନ୍ ବେହେରା,କିର୍ତ୍ତନ ଦାସ, ରଶ୍ମୀରେଖା ମହାପାତ୍ର, ରାଜେନ୍ଦ୍ର ଜେନା,ତୁମ୍ୱେଶ୍ୱର ନାୟକ,ଜଗଦୀଶ ପ୍ରଧାନ, ସବିତା ସାହୁ,ସାବିତ୍ରୀ ନାୟକ,ବନିତା ସାହୁ,ମମତାମୟୀ ରଣା,ବିଦ୍ୟୁସ୍ମିତା ପାଳ,ବନ୍ଦିତା ତ୍ରିପାଠୀ,ପ୍ରବୀର ପାତ୍ର,ପଣୟ ମହାପାତ୍ର,ଗୌରୀ ମହାନ୍ତି,ପି.ରାଜେନ୍ଦ୍ର କୁମାର,ସତ୍ୟ ନାରାୟଣ ବସନ୍ତିଆ,କିରଣ କୁମାର ସାହୁ,କମଲ୍ ପାତ୍ର ପ୍ରମୁଖଙ୍କ ସମେତ ଗଞ୍ଜାମ,ଗଜପତି,କନ୍ଧମାଳ ଏବଂ ଘୁମୁସର ସାଂଗଠନିକ ଜିଲ୍ଲାର ଶତାଧିକ କାର୍ଯକର୍ତ୍ତା ଉପସ୍ଥିତ ଥିଲେ । ଏହି ଆନ୍ଦୋଳନ ଆସନ୍ତା କାଲି ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

nis-ad
Leave A Reply

Your email address will not be published.