ଉଦଘାଟିତ ହେଲା “୧୦” ମ ବ୍ରହ୍ମପୁର ମହାନଗର ମହୋତ୍ସବ :ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଥମ ମହିଳା କୁଳପତି ପ୍ରଫେସର ଡ. ଗୀତାଞ୍ଜଳି ଦାସ ଆନୁଷ୍ଠାନିକ ଭାବରେ କଲେ ଉଦଘାଟନ…


ବ୍ରହ୍ମପୁର – ଉଦଘାଟିତ ହୋଇଯାଇଛି ୧୦’ମ ବ୍ରହ୍ମପୁର ମହାନଗର ମହୋତ୍ସବ । ସୋମବାର ବ୍ରହ୍ମପୁର ସହରର ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ପ୍ରଥମ ସଂନ୍ଧ୍ୟାକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଥମ ମହିଳା କୁଳପତି ପ୍ରଫେସର ଡ. ଗୀତାଞ୍ଜଳି ଦାସ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହ ଗଞ୍ଜାମର କଳା ସଂସ୍କୃତି ଠାରୁ ଆରମ୍ଭ କରି ଗବେଷଣା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କହିଛନ୍ତି । ସେହିପରି ସମ୍ମାନୀତ ଅତିଥି ଭାବେ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ଯୋଗ ଦେଇ ସାରା ରାଜ୍ୟରେ ଦକ୍ଷିଣ ଓଡିଶା ଏବଂ ଗଞ୍ଜାମର ସ୍ୱତନ୍ତ୍ରତା ନେଇ ଗୁରୁତ୍ୱାରୋପ କରିଥିଲେ ।

ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବରିଷ୍ଠ ସାମ୍ୱାଦିକ ଡ ଜଗନ ମୋହନ ମହାପାତ୍ର , ଅଶୋକ ବ୍ରହ୍ମା , ମନୋଜ ଦାସ, ସମୀର ଆଚାର୍ଯ୍ୟ , ପ୍ରଶାନ୍ତ ଦାସ, ଅନିଲ ପାଢୀ, ମହୋତ୍ସବର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଦୀପ ସାହୁ ଯୋଗ ଦେଇଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ଗୋପାଳ ପଟ୍ଟନାୟକ, ମିହିର ତ୍ରିପାଠୀ ,ସହ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୦ ଦିନ ବ୍ୟାପୀ ଚାଲିବ ସହ ଆସନ୍ତା ୨୬ ତାରିଖରେ ଉଦଯାପିତ ହେବ । ପ୍ରାରମ୍ଭରେ ସାହିତ୍ୟକ, କବି ଓ କବୟତ୍ରି ମାନେ କବିତା ଆବୃତ୍ତ କରିଥିବା ବେଳେ ଶେଷରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଉଦଘାଟନୀ ସଂନ୍ଦ୍ୟାରେ ପ୍ରାରମ୍ଭରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ ସହିତ ଓଡିଶା ଦୃଷ୍ଟିହୀନ ବିଦ୍ୟାଳୟ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମିହିର କୁମାର ତ୍ରିପାଠୀ, ସ୍ବାଧୀନ ପାତ୍ର, ବି କେ ବିସାରଦ, ସିମାଞ୍ଚଳ ସାହୁ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.