ଆଣ୍ଡାମାନ ନିକୋବର ଛୁଇଁଲା ମୌସୁମୀ, ୨୭ରେ କେରଳ

ନୂଆଦିଲ୍ଲୀ: ଚାଷୀ କୂଳଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଖୁସି ଖବର। ଏଥର ଆଗୁଆ ଆସିଛି ମୌସୁମୀ। ସୋମବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ହୋଇଛି।
ନିମ୍ନ ଟ୍ରପୋସ୍ପେରିକ ଏରିଆରେ ଦକ୍ଷିଣ ପଶ୍ଚିମ ପବନ ସକ୍ରିୟ ହୋଇଥିବାରୁ ଏହା ବର୍ଷା ପାଇଁ ଅନୁକୂଳ ବାତାବାରଣ ସୃଷ୍ଟି କରିଛି । ସେହିପରି ବଙ୍ଗୋପସାଗରେ ଅନ୍ୟ ପ୍ରାନ୍ତକୁ ମୌସୁମୀ ଅଗ୍ରସର ପାଇଁ ମଧ୍ୟ ପାଗ ଅନୁକୂଳ ରହିଛି। ଆସନ୍ତା ୨-୩ ଦିନ ମଧ୍ୟରେ ଆଣ୍ଡାମାନ ସାଗରର ପୂର୍ବ କେନ୍ଦ୍ରୀୟ ଅଞ୍ଚଳକୁ ପ୍ରସାରିତ ହେବ ବୋଲି ଜଣାପଡ଼ିଛି। ସେହିପରି ଲକ୍ସରଦ୍ୱୀପ ଉପରେ ଏକ ସାମୁଦ୍ରିକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ତାମିଲନାଡ଼ୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
ଆସନ୍ତା ୫ଦିନ ମଧ୍ୟରେ କେରଳ ଓ କର୍ଣ୍ଣାଟକରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କେରଳରେ ଆସନ୍ତା ୨୭ ତାରିଖରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଇଛି। ସାଧାରଣତଃ ଜୁନ ୧ରେ ମୌସୁମୀ କେରଳରେ ପହଞ୍ଚିଥାଏ। ହେଲେ ଚଳିତ ବର୍ଷା ମୌସୁମୀ ଆଗୁଆ ଅଗମନ ହୋଇଥିବାରୁ ଶୀଘ୍ର ପହଞ୍ଚିବା ନେଇ ଆକଳନ କରାଯାଛି। ତେବେ ଏଥର ବାତ୍ୟା ଅସାନୀ ମୌସୁମୀକୁ ଆଗୁଆ ବାଟ କଡ଼ାଇ ଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.