ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ପୁରୀ: ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ହୋଟେଲ ଭିକ୍ଟୋରିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣର‌ ଶିକାର ହୋଇଥିବା ସାମ୍ବାଦିକ ଜଣକ ହେଉଛନ୍ତି ପ୍ରମେୟ ଖବରକାଗଜର କ୍ରାଇମ୍ ରିପୋର୍ଟର ବିକ୍ରମ ଆଚାର୍ଯ୍ୟ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ବିକ୍ରମଙ୍କ ମୁହଁ, ଛାତି ଓ ହାତ ସହ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ‌ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ସମୁଦ୍ର କୂଳ ଥାନା ଆଇଆଇସି ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୫ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ।

ସୂଚନା ମୁତାବିକ, ଗତକାଲି ରାତିରେ ହୋଟେଲ ଭିକ୍ଟୋରିଆ ନିକଟରେ ଥିବା ଫାଷ୍ଟ ଫୁଡ ଦୋକାନୀ ରାହୁଲ ଦାସ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିଲା । ଏହି ଖବର ପାଇ ବିକ୍ରମ ସେଠାରେ ପହଞ୍ଚିଥିଲେ । ପର୍ଯ୍ୟଟକଙ୍କ ଠାରୁ ଘଟଣା ବିଷୟରେ ବିକ୍ରମ ତଥ୍ୟ ପ୍ରମାଣ ହାସଲ କରୁଥିବା ସମୟରେ ତୁମର ଏଠି କଣ କାମ ଓ ନ୍ୟୁଜ କରି ତୁମେ କଣ କରିନେବ ବୋଲି ଅଭିଯୁକ୍ତ ରାହୁଲ ଦାସ ଓ ତାଙ୍କ ସହଯୋଗୀ ମାନେ ବିକ୍ରମଙ୍କୁ ଧମକାଇବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଅଭିଯୁକ୍ତ ମାନେ ବିକ୍ରମଙ୍କ ମୋବାଇଲ ଫୋନ ଓ ସୁନା ମୁଦି ଛଡାଇ ନେଇଥିବା ଅଭିଯୋଗ ହୋଇଛି ।

nis-ad
Leave A Reply

Your email address will not be published.