ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପୁଟିନ୍‌ !

କିଭ୍‌: ରୁଷ ରାଷ୍ଟ୍ରପତିଙ୍କ ଅବସ୍ଥା ଗୁରୁତର। ରକ୍ତକର୍କଟରେ ଜୁଝୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। ତାଙ୍କର ଚିକିତ୍ସା ଅସାଧ୍ୟ କି ସମ୍ଭବ ତାହା ଜଣାପଡ଼ି ନାହିଁ। କିନ୍ତୁ ଯୁଦ୍ଧ ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଜଣେ ପୂର୍ବତନ ବ୍ରିଟିସ ଗୁପ୍ତଚର ଏହା କହିଛନ୍ତି। କ୍ରିଷ୍ଟୋଫେର ଷ୍ଟେଲି ନାମକ ଗୁପ୍ତଚର ଏହି ତଥ୍ୟ ପ୍ରଘଟ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ବିରୋଧରେ ଏକ ଫାଇଲ ଲେଥିଲେ କ୍ରିଷ୍ଟୋଫେର। ୨୧୧୬ ଆମେରିକା ନିର୍ବାଚନରେ ରୁଷ ହସ୍ତକ୍ଷେପ କରିଥିବା ଏଥିରେ ଉଲ୍ଲେଖ ରହିଛି। ଅନ୍ୟପଟେ ରୁଷ ରାଷ୍ଟପ୍ରତିଙ୍କ ଜଣେ ଖାସ୍‌ ଅନୁଗତ ପୁଟିନଙ୍କ ଅବସ୍ଥା ସାଂଘାତିକ ଗୁରୁତର ଥିବା ସେ ରେକର୍ଡ଼ କରିଛନ୍ତି ।
ଏହି ରେକର୍ଡ଼ିଂର ତଥ୍ୟ ୟୁଏସ ମେଗାଜିନ୍‌ ‘ନ୍ୟୁ ଲାଇନ୍‌’ରେ ପ୍ରକାଶ ପାଇଛି। ୟୁକ୍ରେନ ଯୁଦ୍ଧ ପରଠାରୁ ପୁଟିନ କଦବା କୋଚିତ ସର୍ବସାଧରଣକୁ ଆସିଛନ୍ତି। ଗତ ସପ୍ତାହରେ ମସ୍କୋର ବିଜୟ ଦିବସ ଉପଲକ୍ଷେ ପୁଟିନ ବାହରକୁ ଆସି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଭିଡିଓରେ ପୁଟିନ ଶାରିରୀକ ଦୁର୍ବଳ ଥିବା ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ, ପୁଟିନ ବ୍ଲଡ କ୍ୟାନ୍ସରରେ ପୀଡ଼ିତ ହୋଇ ସର୍ଜରୀ କରିଛନ୍ତି।
ଅନ୍ୟପଟେ ଜେନେରାଲ୍‌ ଏସ୍‌ଭିଆର୍‌ର ରିପୋର୍ଟ ଅନୁସାରେ ଦୀର୍ଘ ୧୮ ମାସ ହେଲାଣି ପୁଟିନଙ୍କର ଅବଡୋମିନାଲ କ୍ୟାନ୍‌ସର ଓ ପାର୍କିନସନ ରୋଗ ହୋଇଛି। ସେ ତାଙ୍କର ସର୍ଜରୀ ବିଳମ୍ବରେ କରିଛନ୍ତି। ଏବେ ସେ ଆଉ ଏକ ସର୍ଜରୀ କରିବେ। ପୂର୍ବରୁ ଏପ୍ରିଲ ସପ୍ତାହରେ ସର୍ଜରୀ ହେବାର ଥିଲା। କିନ୍ତୁ ଯୁଦ୍ଧ ପରିସ୍ଥିତି ଯୋଗୁ ଏହା ବିଳମ୍ବ ହୋଇଛି।

nis-ad
Leave A Reply

Your email address will not be published.