ଟୋଲଗେଟ୍‌ ଫାଟକ ଭାଙ୍ଗି ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ ଚମ୍ପଟ୍

ପାଟଣା : ଟୋଲେଗେଟ୍ ଫାଟକ ଭାଙ୍ଗି ଚମ୍ପଟ୍ ମାରିଲା ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ । ସିସିଟିଭିରେ କଏଦ ହେଲା ଭିଡିଓ। କେନ୍ଦୁଝର ଜିଲ୍ଲା ତୁରୁମଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ନିକଟରେ ଥିବା ଟୋଲଗେଟ୍‌ରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଶନିବାର ଏକ ପିକଅପ୍ ଭ୍ୟାନ୍‌ରେ ବେଆଇନ୍ ଭାବେ ଗୋରୁ ଚାଲାଣ ହେଉଥିଲା। ଏହି ଗୋରୁ ଚାଲାଣ ସମ୍ପର୍କରେ ଖବର ମିଳିବା ପରେ ବଜରଙ୍ଗ ଦଳର କିଛି କର୍ମୀମାନେ ଖୀରେଇଟାଙ୍ଗିରୀ ନିକଟରେ ଭ୍ୟାନକୁ ପିଛି କରିଥିଲେ । ସେମାନଙ୍କଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପିକ୍ଅପ୍‌ ଭ୍ୟାନ୍‌ଟି ଟୋଲଗେଟ୍‌ର ଫାଟକ ଭାଙ୍ଗି ଫେରାର ହୋଇଯାଇଥିଲା। ସେପଟେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟୋଲଗେଟ୍ କର୍ମଚାରୀ । ପୁରା ଘଟଣା ସମ୍ପର୍କରେ ତୁରୁମୁଙ୍ଗା ଥାନାରେ ଟୋଲ କର୍ମଚାରୀ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ପିକ୍‌ଅପ୍ ଭ୍ୟାନକୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଛି ।

nis-ad
Leave A Reply

Your email address will not be published.