ଆସନ୍ତା ମେ’ ୧୬ ଓ ୩୦ ତାରିଖ ଦିନ ସ୍କୁଲ ଛୁଟି

ଭୁବନେଶ୍ୱର: ଆସନ୍ତା ମେ’ ୧୬ ଓ ୩୦ ତାରିଖ ଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ଏ ନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି । ୧୬ରେ ବୁଦ୍ଧ ପୂର୍ଣ୍ଣିମା ଏବଂ ୩୦ରେ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢ଼ାରେ ବ୍ୟାଘାତ ହୋଇଥିବାରୁ ରାଜ୍ୟ ସରକାର ଖରାଦିନ ବା ଗ୍ରୀଷ୍ଣଛୁଟି କମାଇ ଦେଇଛନ୍ତି ।

ଏଥର ଜୁନ୍ ୬ରୁ ୧୬ତାରିଖ ଖରାଛୁଟି ଘୋଷଣା କରାଯାଇଛି । ସେହିପରି ରାଜ୍ୟରେ ଡ୍ରପ୍‌ଆଉଟ୍ ପିଲାଙ୍କୁ କିପରି ସ୍କୁଲ ଅଣାଯିବା ସେ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଚଳିତବର୍ଷ ୭୦ ପ୍ରତିଶତ ଛାତ୍ରୀଛାତ୍ର ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି । ୧୦୦ ପ୍ରତିଶତ ସ୍କୁଲ ଉପସ୍ଥାନ ସଂଖ୍ୟା ରଖିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲର ଶିକ୍ଷୟତ୍ରୀ, ଶିକ୍ଷକ ଏ ଦିଗରେ ଧ୍ୟାନ ଦେବା ସହ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ ।

ଗାଁର ସରପଞ୍ଚ, ସ୍ୱୟଂ ସାହାୟକ ଗୋଷ୍ଠୀ(ଏସ୍‌?ଏଚ୍‌?ଜି) ମହିଳାମାନଙ୍କ ସହ ଆଲୋଚନା କରି କେଉଁ ଗାଁରେ କେତେ ଛାତ୍ରୀଛାତ୍ର ସ୍କୁଲ ଆସୁନାହାନ୍ତି ତାର ତଦାରଖ ରଖିବେ । ଆସନ୍ତା ଶିକ୍ଷାବର୍ଷରେ ସବୁ ପିଲା କେମିତି ଉପସ୍ଥିତ ରହିବେ ତାଉପରେ ଧ୍ୟାନ ଦିଆଯିବ ବୋଳି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରୀଛାତ୍ର ପ୍ରସଙ୍ଗରେ ସ୍କୁଲ ୱାରି ରିପୋର୍ଟ ମଗାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ୧୦ ଦିନ ସମୟ ଦିଆଯାଇଛି । ରିର୍ପୋଟ ଆସିବା ପରେ ବାସ୍ତବ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.