ରଥଖଳା ଚଳଚଞ୍ଚଳ, ଆଜି ସିଙ୍ଗଡ଼ା ବାଡ଼ିଆ

ପୁରୀ : ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଗୁଜ ଅନୁକୂଳ ବିଧି ସମ୍ପନ୍ନ ହୋଇ ଥିବାବେଳେ ଚକ ପ୍ରସ୍ତୁତି ପାଇଁ ଯନ୍ତାଗାଡ଼ ଖୋଳା ହୋଇଛି । ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖରେ ଭୋଇ ସେବକମାନେ ଯନ୍ତା ଗାଡ଼ ପ୍ରସ୍ତୁତ କରିଛନ୍ତି ।

ଆଜିଠୁ ସେଠାରେ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ହୋଇ ତୁମ୍ବରେ ଅର ଫିଟି ହେବ । ଶନିବାର ବିଶ୍ୱକର୍ମାମାନେ ଅରମୁଣ୍ଡି ଅନୁକୂଳ କରିଥିଲେ । ଅର କଟା ଅନୁକୁଳ କରି ତୁମ୍ବର ବିନ୍ଧରେ ଅର ସଂଯୁକ୍ତ ମଧ୍ୟ କରିଥିଲେ ।

nis-ad
Leave A Reply

Your email address will not be published.