ରାଉରକେଲା ସହର ଏବଂ ଆଖପାଖ ଅଞ୍ଚଳରେ ଖୁବ ଶୀଘ୍ର ଲାଗିବ ସିସିଟିଭି

ଅପରାଧ ନିୟନ୍ତ୍ରଣ ରେ ସହାୟକ ହେବ ବୋଲି କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ରାଉରକେଲା (୧୪/୦୫) : ରାଉରକେଲା ସହର ତଥା ଆଖପାଖ ଅଞ୍ଚଳରେ ଖୁବ ଶୀଘ୍ର ଲାଗିବ ସିସିଟିଭି । ଟ୍ରାଫିକ ବ୍ୟବସ୍ଥା ସୁନିୟୋଜିତ କରିବାକୁ ଏବଂ ଅପରାଧ ରୋକିବାକୁ ଏହା ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ତାଙ୍କ ଗସ୍ତ ଅବସରରେ କହିଛନ୍ତି।
ଏହି ଗସ୍ତ ଅବସରରେ ଶ୍ରୀ ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଡ଼କ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ କରାଯାଇଥିବା ସମନ୍ୱିତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ବ୍ୟବସ୍ଥା ରାସ୍ତାରେ ଅପରାଧ ଓ ଦୁର୍ଘଟଣା ଆଦି ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ।
ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ୧୦ ନମ୍ବର ରାଜ୍ୟ ରାଜପଥର ଭସ୍ମା ଛକଠାରୁ ବେଦବ୍ୟାସ ଓ ୧୪୩ ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜାଯାଇଛି। ସୁନ୍ଦରଗଡ଼ଠାରେ ଥିବା କଣ୍ଟ୍ରୋଲ ରୁମ୍ ଓ କମାଣ୍ଡ ସେଣ୍ଟର ବସି ଏସବୁ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ।

nis-ad
Leave A Reply

Your email address will not be published.