ଭିଜିଲାନ୍ସରେ ହାଜର ହେଲେ ମାହାଙ୍ଗା ଆଇଆଇସି

ଭୁବନେଶ୍ୱର : ଭିଜିଲାନ୍ସରେ ହାଜର ହେଲେ ନିହାର । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି । ରାୟଗଡ଼ା ଅବକାରୀ ବିଭାଗ ଅଧିକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ରଞ୍ଜନ ମହାନ୍ତି ।

ତେବେ ଭିଜିଲାନ୍ସରେ ହାଜର ହେବା ପରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ, ମୁଁ କୁଆଡେ ଛାଡିକି ଯାଇନଥିଲି । ଏପିରିକି ମୋ ସହିତ ଶୁକ୍ରବାର ଦିନ କେହି ଯୋଗାଯୋଗ କରିନାହାନ୍ତି । ଆଉ ବାକି ରହିଲା ପତ୍ନୀଙ୍କ ଟଙ୍କା ସମ୍ବନ୍ଧୀୟ ତଥ୍ୟ ବିଷୟରେ ମୁଁ କିଛି ଜାଣିନି । ମୋ ପତ୍ନୀ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି ବୋଲି ମୁଁ କାଲି ଜାଣିନଥିଲା । ଚାହିଁଥିଲେ ଭିଜିଲାନ୍ସ ମୋତେ କାଲିଠୁ ଯୋଗାଯୋଗ କରିପାରିଥାନ୍ତା । ଶୁକ୍ରବାର ସକାଳେ ଅତିରିକ୍ତ ଏସ୍‌ପି ମୋତେ ଏନେଇ ଯୋଗାଯୋଗ କରିଥିଲେ । ମୋତେ ଭିଜିଲାନ୍ସରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ତେବେ ସରକାରି କର୍ମଚାରୀ ଅଫିସ ବନ୍ଦ କରି ପଳାଇବା କହିବା ଠିକ ନୁହେଁ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.