ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୫ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୩ଜଣ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ ଜନ୍ମରୁ ୧୮ ବର୍ଷର ମଧ୍ୟରେ ରହିଥିବା ସୂଚନା ଦିଆଯାଇଛି । ଆଜିର ସମସ୍ତ ଆକ୍ରାନ୍ତ ୫ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ୨୫ ଜିଲ୍ଳା କରୋନା ମୁକ୍ତ ରହିଛି । ନୂଆପଡ଼ାରୁ ସର୍ବାଧିକ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨, ଖୋର୍ଦ୍ଧା, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୮ ଜଣ ଆକ୍ରାନ୍ତ । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ସକ୍ରିୟ ମାମଲା ୧୩୧ ରହିଛି ।

nis-ad
Leave A Reply

Your email address will not be published.