ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧିକ୍ଷକ । ନଗଦ ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଭିଜିଲାନ୍ସ । ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନିନାଙ୍କୁ ଗିରଫ କରିଛି ଭିଜଲାନ୍ସ । ଏହାପରେ ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।

ନିନାଙ୍କ ସ୍ବାମୀ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ଦାସ । ଏହା ପରେ ମାହାଙ୍ଗା ସ୍ଥିତି କ୍ବାର୍ଟରରେ ମଧ୍ୟ ରେଡ୍ ହୋଇଛି । ହେଲେ ଏହି ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବାକୁ ନିଜେ ଆଇଆଇସି କ୍ବାର୍ଟରରେ ତାଲା ପକାଇ ଚାଲିଯାଇଥିବା ସୂଚନା ମିଳିଛି । ତେବେ ତାଙ୍କୁ ଶୀଘ୍ର ଭୁବନେଶ୍ବର ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

nis-ad
Leave A Reply

Your email address will not be published.