ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ଥିବା ଆସନ ପାଇଁ ଉପନିର୍ବାଚନ ହେବ। ଉପନିର୍ବାଚନ ପାଇଁ ମେ ୨୬ ରୁ ଜୁନ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ଜୁନ ୩ରେ ନାମାଙ୍କନ ଯାଞ୍ଚ ସହ ୬ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ହୋଇ ପାରିବ। ଆବଶ୍ୟକ ହେଲେ ଜୁନ୍‍ ୧୩ରେ ଭୋଟ ଗ୍ରହଣ ହେବ।

ଜୁନ ୧୩ରେ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ। ଜୁନ ୧୩ ତାରିଖ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯିବ। କଟକ ମେୟର ନିର୍ବାଚିତ ହେଲା ପରେ ସୁବାସ ସିଂହ ଇସ୍ତଫା ଦେଇଥିଲେ। ଉପନିର୍ବାଚନରେ ନିର୍ବାଚିତ ସଦସ୍ୟ ୨୦୨୬ ଏପ୍ରିଲ ଯାଏଁ ରହିବେ।

nis-ad
Leave A Reply

Your email address will not be published.