ରାଜଧାନୀରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ମୁତାବକ ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନାଁ କିଶନ ଅଗ୍ରୱାଲ ହୋଇଥିବା ବେଳେ ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି ।

ସୁଚନା ଅନୁସାରେ ଗତକାଲି ଚନ୍ଦ୍ରଶେଖରପୁର ସ୍ଥିତି ଏମ୍ବାସି ବାର୍ ରେ ଯୁବତୀଙ୍କୁ ମଦ ପିଆଇ ପାହାଳ ଅଞ୍ଚଳରେ ଦୁଷ୍କର୍ମ କରାଯାଇଥିଲା । ଯାହା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଯୁବତୀଙ୍କୁ ବେହୋସ ଅବସ୍ଥାରେ ଦୁଷ୍କର୍ମ କରାଯାଇଛି ।

ହେଲେ କୌଣସି ପ୍ରକାରରେ ଯୁବକଙ୍କ କବଳରୁ ଖସିଆସି ପାହାଳ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ଯୁବତୀ । ସୁଚନା ଅନୁସାରେ ରାଜଧାନୀରେ ଡ୍ୟାନ୍ସ ବ୍ୟାରକୁ ବର୍ତ୍ତମାନ ଅନୁମତି ମିଳିବା ପରେ ଏଭଳି ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି । ଗତକାଲି ବାର ଖୋଲୁ ଖୋଲୁ ଆଜି ଏପରି ନଜର ଆସିଛି ।

nis-ad
Leave A Reply

Your email address will not be published.