ମୁଁ ବିକାଶକୁ କାମକୁ ବିରୋଧ କରେ ନାହିଁ: ଜୟନ୍ତ ଷଡଙ୍ଗୀ

ପୁରୀ: ବିକାଶକୁ ବିରୋଧ କରେ ନାହିଁ । କିନ୍ତୁ ଆଇନର ପରିଧି ମଧ୍ୟରେ ବିକାଶ କାର୍ଯ୍ୟ ହେବା କଥା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଥମରୁ ସମର୍ଥନ କରିଆସିଛି । ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ସୁବିଧା ପାଇଁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେଉ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠିବାରୁ ବିଧାୟକ ଭାବେ ସେ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ । ଘଟଣାର ଅନୁଧ୍ୟାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରାଯାଇଛି । ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି ।

ଦୀର୍ଘ ଦିନ ହେଲାଣି ପୁରୀ ସହରବାସୀ ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ସମୟରୁ ଏଏସ୍‌ଆଇର ପଦକ୍ଷେପ ସନ୍ଦେହ ସୃଷ୍ଟି କରିଛି । ଆଗକୁ ବର୍ଷା ଦିନ ଆସୁଛି । ଶ୍ରୀମନ୍ଦିରର ସୁରକ୍ଷା,ଭକ୍ତଙ୍କ ସୁବିଧା ପାଇଁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବା କଥା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ପ୍ରକଳ୍ପ କାମ ଶୀଘ୍ର କାମ ଶେଷ କରିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମତ ରଖିଛନ୍ତି ।

nis-ad
Leave A Reply

Your email address will not be published.