ରାଉରକେଲା ବଣିକ ସଂଘର ନବନିର୍ବାଚିତ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କଲେ

ରାଉରକେଲା (୧୨/୦୫) : ରାଉରକେଲା ବଣିକ ସଙ୍ଘ ର ନବ ନିର୍ବାଚିତ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଉରକେଲା ଚେମ୍ବର ଅଫ କମର୍ସ କାର୍ଯ୍ୟାଳୟରେ ଏକ ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଣିକ ସଙ୍ଘ ର ପୂର୍ବତନ ସଭାପତି ପ୍ରବୀଣ ଗର୍ଗ ନୂତନ ସଭାପତି ସୁବ୍ରତଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହା ସହ ସଂଘର ବ୍ୟାଙ୍କ ଆକାଉଣ୍ଟ , ପାସବୁକ ଏବଂ ଅନ୍ୟାନ୍ୟ ଜରୁରୀ କାଗଜ ପତ୍ର ମଧ୍ୟ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବଣିକ ସଂଘର ପୂର୍ବତନ କର୍ମକର୍ତ୍ତା , ବରିଷ୍ଠ ସଦସ୍ୟ ଏବଂ ନବ ନିର୍ବାଚିତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ରାଉରକେଲା ଚେମ୍ବର ଅଫ କମର୍ସ କୁ କାର୍ଯ୍ୟଶୀଳ କରଯିବା ସହ ସମସ୍ତ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯିବ ବୋଲି ବଣିକ ସଂଘର ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ କହିଛନ୍ତି।

nis-ad
Leave A Reply

Your email address will not be published.