ଫୁଲବାଣୀରେ ପାଞ୍ଚ ଦିନ ଧରି ଚାଲିବ ପଲ୍ଲିଶ୍ରୀ ମେଳା

ଫୁଲବାଣୀ (୧୨।୦୫) : ଶୁକ୍ରବାରଠୁ ଆରମ୍ଭ ହେବ ପଲ୍ଲିଶ୍ରୀ ମେଳା । ଫୁଲବାଣୀ କରୋନେସନ ପଡିଆରେ ଏହି ମେଳା ଆସନ୍ତା ୧୭ ତାରିଖ ଯାଏଁ ଚାଲିବ । ୫ଦିନ ଧରି ହେବାକୁ ଥିବା ଏହି ମେଳା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ସେହିପରି ଏହି ଅବସରରେ ପ୍ରତ୍ୟେକ ସଂଧ୍ୟାରେ ଜିଲ୍ଲା ଓ ଜିଲ୍ଲା ବାହାରର କଳାକାରମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଉଦଯାପନୀ ଦିନ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥା ବିଶ୍ଵରଂଜନ ନାୟକ କହିଛନ୍ତି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହେରୁ ଅଧିକ ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେବୋ ମହିଳାଙ୍କ ଉତ୍ପାଦୀତ ଦ୍ରବ୍ୟ ଏହି ମେଳାରେ ବିକ୍ରି ହେବ। ସମସ୍ତ ପ୍ରକାର ଦ୍ରବ୍ୟ, ଘରକରଣା ସାମଗ୍ରୀ ଏଠାରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ।

nis-ad
Leave A Reply

Your email address will not be published.