ମାଓବାଦୀଙ୍କ ଯୋଜନା ପଣ୍ଡ, ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି  : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀ ମାନେ ଲଗାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ । ବିଜାପୁର ଜିଲ୍ଲାର ପୋମାମଲା ଥାନା ଅନ୍ତର୍ଗତ ଫୁଣ୍ଡୁରୀ ଗ୍ରାମ ନିକଟ ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ମାନେ ସେଠାରେ ଲ୍ୟାଣ୍ଡ ମାଇନ ଖଞ୍ଜି ଥିଲେ ।

ହେଲେ ଆଜି DRG ଓ CRPF ବାହିନୀର ଯବାନ ମାନେ ପୋଲ ନିର୍ମାଣକୁ ସୁରକ୍ଷା ଦେବା ଲାଗି ସେଠାକୁ ଯାଇଥିବା ସମୟରେ ମାଇନ୍ସ ଡିଟେକଟର ଦ୍ୱାରା ଏହାକୁ ଠାବ କରିଥିଲେ । ପରେ ଅତି ସତର୍କତାର ସହ ଏହାକୁ ନିଷ୍କ୍ରିୟ ମଧ୍ୟ କରିଥିଲେ ।

କେତେ ଶକ୍ତିଶାଳୀ ଥିଲା ଏହି ବୋମା ଯଦି ଏହା ଉପରେ ଜବାନଙ୍କ ପାଦ ପଡ଼ିଥାନ୍ତା ତାହେଲେ ଅନେକ କ୍ଷୟକ୍ଷତି ଯାଇଥାନ୍ତା । ତେବେ ଯବାନ ମାନଙ୍କ ସତର୍କତା ଯୋଗୁଁ ଏକ ବଡ ଅଘଟଣ ଟଳି ଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏଏସପି ପଙ୍କଜ ଶୁକ୍ଳା ।

nis-ad
Leave A Reply

Your email address will not be published.