୧୧ କେଭି ବିଦ୍ୟୁତ୍ ସ୍ପର୍ଶରେ ବଳଦ ମୃତ୍ୟୁ

ଦାରିଙ୍ଗବାଡ଼ି (୧୨/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁରେ ୧୧ କେବି ବିଦ୍ୟୁତ ସ୍ପର୍ଶରେ ଆସି ଏକ ବଳଦର ମୃତ୍ୟୁ ଘଟିଛି । ବ୍ରାହ୍ମଣୀଗାଁ ଓଡିଆ ସାହିର ହାଡ଼ି ବେହର୍ଦଳାଇଙ୍କ ବଳଦ ବୋଲି ଜଣାପଡ଼ିଛି । ଲଘୁଚାପ ବର୍ଷା ପବନ ହେବା ଦ୍ବାରା ବିଦ୍ୟୁତ ତାର ଛିଡି ଭୂମିରେ ଲାଗି ରହିଥିଲା। କରେଣ୍ଟ ଚାର୍ଚ ହୋଇଥିବାରୁ ବଳଦ ଚରି ଖାଦ୍ୟ ଖାଉଥିବା ସମୟରେ କରେଣ୍ଟ ଲାଗି ମରିଥିବା ଜଣା ପଡ଼ିଛି ।

ବିଦ୍ୟୁତ କର୍ମଚାରୀ ମାନେ କରେଣ୍ଟ କାହିଁକି ରହୁନାହିଁ ଦେଖିବା ବେଳେ ଅଲାଞ୍ଜୁରୀ ନିକଟସ୍ଥ ୧୧ କେବି ବିଦ୍ୟୁତ ସ୍ପର୍ଶରେ ଆସି ବଳଦ ମରିଥିବା ଜାଣିଥିଲେ । ଏନେଇ ବଳଦ ମାଲିକ ହାଡି ବେହର୍ଦଳାଇ ବ୍ରାହ୍ମଣୀଗାଁ ଲାଇନ୍ ମ୍ୟାନଙ୍କୁ ଜଣାଇବା ପରେ ଲାଇନ୍ ମ୍ୟାନଙ୍କ ପରାମର୍ଶ କ୍ରମେ ଅଡବା ବିଦ୍ୟୁତ ବିଭାଗ ସେକ୍ସନ ଯନ୍ତ୍ରୀଙ୍କୁ ଜଣାଇଥିବା ପ୍ରକାଶ ପାଇଛି ଓ ସହାୟତା ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ପରିବାର ଦାବୀ କରିଛନ୍ତି ।

nis-ad
Leave A Reply

Your email address will not be published.