ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଚକରା ବାରିକ ଆହତ

ଭୁବନେଶ୍ୱର: ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀ ଚକରା ବାରିକକୁ ଏନକାଉଣ୍ଟର । ତେବେ ବରମୁଣ୍ଡା ହାଇସ୍କୁଲ ପଡିଆରେ ଏନକାଉଣ୍ଟର ହୋଇଥିବା ଜଣାପଡିଛି । ପୋଲିସ ଗୁଳିରେ ଚକରା ବାରିକ ଆହତ ହୋଇଛି । ଅନ୍ୟମାନେ ଫେରାର ହୋଇଛନ୍ତି । ଚକରାର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି । ୬ରୁ ୭ ଅପରାଧୀ ଚକରା ନେତୃତ୍ୱରେ ବଡ ଅପରାଧ ପାଇଁ ଯୋଜନା କରୁଥିଲେ । ଖବର ପାଇଁ ଖଣ୍ଡଗିରି ଥାନା ଓ ସ୍ପେଶାଲ ସ୍କ୍ୱାର୍ଡ ପୋଲିସ ପହଞ୍ଚିଥିଲା ।

ବରମୁଣ୍ଡା ହାଉସିଂ କମ୍ୟୁନିଟିରେ ଡକାଏତି କରିବା ଯୋଜନା ରହିଥିଲା । ପୋଲିସ ଉପରକୁ ଗୁଳିଚାଳନା ସହ ବୋମା ପକାଇଥିଲେ । ଆତ୍ମରକ୍ଷା ପାଇଁ ପୋଲିସ ଗୁଳିଚାଳନା କରିଥିଲା । ଚକରା ହାର୍ଡକୋର କ୍ରିମିନାଲ ଅଟେ । ଏହାସହିତ ତା ନାଁରେ ପୂର୍ବରୁ ଅନେକ ମାମଲା ରହିଛି ।

ତେବେ ଏହି ଘଟଣାରେ ୨ ଜଣ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ଚକରା ବାରିକ ନାଁରେ ୨୦ରୁ ଅଧିକ ମାମଲା ରହିଛି । ୨୦୧୦ରୁ ରାଜଧାନୀରେ ଗ୍ୟାଙ୍ଗ ଗଢିଥିଲା ଚକରା । ରାଜଧାନୀରେ ୪ଟି ଗ୍ୟାଙ୍ଗ ଥିବା ପୋଲିସ ଜାଣିବାକୁ ପାଇଥିଲା । ଖୁବଶୀଘ୍ର ସେହି ସବୁ ଗ୍ୟାଙ୍ଗ ଉପରେ ଚଢାଉ କରାଯିବ ।

nis-ad
Leave A Reply

Your email address will not be published.