ସମ୍ବିତ ପାତ୍ରଙ୍କ ଗାଡ଼ି ଉପରକୁ ଟମାଟୋ ଓ କାଳୀ ମାଡ଼

ପୁରୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର ଗାଡ଼ିକୁ ଟମାଟୋ ଓ କାଳିମାଡ଼ ହୋଇଛି । ସକାଳେ ଟମାଟୋ ମାଡ଼ ହୋଇଥିବା ବେଳେ ଅପରାହ୍ଣରେ କାଳିମାଡ଼ ହୋଇଛି । ଟମାଟୋ ଓ କାଳି ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ପୁରୀ ବଳଗଣ୍ଡି ଛକରେ ଟମାଟୋ ଓ ଝାଡେଶ୍ୱରୀ କ୍ଲବ ଛକରେ କାଳି ମାଡ଼ ହୋଇଛି ।

ରନ୍ଧନ ଗ୍ୟାସ୍ ଓ ତୈଳ ଦରବୃଦ୍ଧି ପ୍ରତିବାଦରେ ସମ୍ବିତ ପାତ୍ରଙ୍କୁ ଛାତ୍ର କଂଗ୍ରେସ କର୍ମୀ କଳା ପତାକା ଦେଖାଇ କାଳି ମାଡ଼ କରିଥିଲେ ।

ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ସମ୍ୱିତ ପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ରାଜ୍ୟ ସରକାର ଜିଦଖୋର ମନୋବୃତ୍ତିର ବୋଲି ସେ କହିଥିଲେ । ମହାପ୍ରଭୁ ରାଜ୍ୟ ସରକାରଙ୍କୁ ଓ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.