ଜଜ୍‌ଙ୍କ ସାମ୍ନାରେ ବିଷ ପିଇଦେଲେ ମହିଳା ଓକିଲ

ବାଲେଶ୍ୱର: ଜଜ୍‌ଙ୍କ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ଓକିଲ । ବାଲେଶ୍ବର କୋର୍ଟରେ ଜନୈକ ମହିଳା ଓକିଲଙ୍କର ସ୍ୱାମୀଙ୍କ ସହ ସମ୍ପର୍କ ଭଲନଥିବାରୁ ପରିବାର କୋର୍ଟରେ ଛାଡପତ୍ର ପାଇଁ ମାମଲା ରୁଜ୍ଜୁ ହୋଇଥିଲା । ଆଜି ଉଭୟଙ୍କୁ ଜଜ୍ ଜେରା କରିଥିଲେ । ଜେରା ସମୟରେ ମହିଳା ଜଣକ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଢ଼ି ଜଜଙ୍କ ସମ୍ମୁଖରେ ପିଇଦେଇଥିଲେ।

ପରେ ଅନ୍ୟ ଓକିଲ ବନ୍ଧୁମାନେ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ଏବେ ମହିଳାଙ୍କର ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.