ଆରପିଏଫ ଯବାନଙ୍କ ପାଇଁ ଦୁଇ ମହିଳା ପାଇଲେ ନୂଆ ଜୀବନ

ଭୁବନେଶ୍ବର: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨ ଟ୍ରେନ ଯାତ୍ରୀ । ୨ ମହିଳାଙ୍କ ଜୀବନ ବଞ୍ଚାଇଲେ ଆରପିଏଫ ଯବାନ ସନାତନ ସେଠୀ । ପଲାସା-କଟକ ପାସେଞ୍ଜର ଟ୍ରେନରେ ଇଛାପୁରମରୁ ଦୁଇ ଜଣ ମହିଳା ଓ ସେମାନଙ୍କ ଦୁଇ ପୁଅ ଭୁବନେଶ୍ୱର ଆସୁଥିଲେ । ଭୁବନେଶ୍ୱର ଷ୍ଟେସନ ପ୍ଲାଟଫର୍ମ ନଂ-୩ରେ ଟ୍ରେନ ଛାଡୁ ଥିବା ସମୟରେ ଦୁଇ ଜଣ ମହିଳା ଯାତ୍ରୀ ତରବରରେ ଓହ୍ଲାଉ ଥିବା ବେଳେ ହଠାତ୍‌ ସେମାନଙ୍କର ଗୋଡ଼ ଖସି ଯାଇଥିଲା ।

ସେହି ସମୟରେ ଜଣେ ଆରପିଏଫ ଯବାନ ନିଜର ଉପସ୍ଥିତି ବୁଦ୍ଧି ପାଇଁ ଦୁଇ ଦୁଇଟି ଜୀବନ ବଞ୍ଚିଯାଇଛି। ଘଟଣା ସମୟର ଦୃଶ୍ୟ ଭୁବନେଶ୍ୱର ରେଲୱେ ଷ୍ଟେସନର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏଥିପାଇଁ ଆରପିଏଫ ଯବାନଙ୍କୁ ଭୁବନେଶ୍ଵର ରେଲୱେ ଷ୍ଟେସନ ପକ୍ଷରୁ ସାହସିକତା ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି।

nis-ad
Leave A Reply

Your email address will not be published.