ବାତ୍ୟା ଅସାନୀ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ର ପୂର୍ବ ପ୍ରସ୍ତୁତି…

ମାଲକାନଗିରି : ଜିଲ୍ଲାରେ ଆଜି ବାତ୍ୟା ଅସାନୀ ପ୍ରଭାବ ରେ ସକାଳୁ ପାଗ ମେଘୁଆ ରହିବା ସହ ସ୍ୱଳ୍ପ ପରିମାଣରେ ବର୍ଷା ଆରମ୍ଭ ହୋଇଛି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା କୁ ନେଇ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଇଥିବା ବେଳେ ଆଜି ଜିଲ୍ଲାରେ ଓଡ୍ରାଫ ଟିମ ମଧ୍ୟ ଆସି ପହଞ୍ଚି ଛନ୍ତି । ତଳି ଅଞ୍ଚଳରେ ବାତ୍ୟା ହେଲେ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ସମସ୍ତ ବ୍ଲକ ରେ ଅଧିକାରୀ ମାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ତଳି ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରିବା ସହ ଖାଦ୍ୟ ପାନୀୟ ଜଳର ସୁ ବନ୍ଦୋବସ୍ତ କରାଯାଇଛି । ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି, କଚା ଘରେ ବାସ କରୁ ଥିବା ଲୋକ ମାନଙ୍କୁ ନିରାପଦ ସ୍ଥାନ କୁ ସ୍ଥାନାନ୍ତରିତ କରିବା ସହ ସବୁ ବ୍ଲକ ମାନଙ୍କରେ ଅଫିସର ମାନେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ପ୍ରକଳ୍ପ ନିର୍ଦେଶକ ବାଳ ମୁକୁନ୍ଦ ଭୂୟାଁଙ୍କୁ ଚିତ୍ରକୋଣ୍ଡା ବ୍ଲକ , ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନଙ୍କୁ କାଲିମେଳା ବ୍ଲକ ରେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି ।

nis-ad
Leave A Reply

Your email address will not be published.