ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ପାଳିତ

ମାଲକାନଗିରି (୧୦।୫) : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ରାମକୃଷ୍ଣ ନଗରରେ ବିଶ୍ୱ କବି ରବିନ୍ଦ୍ର ନାଥ ଠାକୁରଙ୍କ ୧୬୧ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ବିଶ୍ୱ କବିଙ୍କ ଜୀବନୀ ଆଲୋଚନା ଚକ୍ର ସଭାରେ ରାମକୃର୍ଷ୍ଣ ନଗର କମିଟିର ସଭାପତିରଞ୍ଜନ କୁମାର ଅଧ୍ୟକ୍ଷତା କରି ଥିବା ବେଳେ , ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ , ମୁଖ୍ୟବକ୍ତା ପ୍ରଧାନ ଶିକ୍ଷକ ବିଷ୍ପୁପଦ ବୈଦ୍ୟ , ସମ୍ମାନୀତ ଅତିଥି ସଙ୍ଗୀତ ଶିକ୍ଷକ ରଞ୍ଜନ କୁମାର ସର୍ଦ୍ଦାର ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ମୁକେଶ କୁମାର ଦାସ ଓ ବୟୋଜ୍ୟୋଷ୍ଠ ହରିଜନ ମଣ୍ଡଳ ମଞ୍ଚାସୀନ ରହି ତାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।

ସମସ୍ତ ବକ୍ତା ବିଶ୍ୱ କବିଙ୍କୁ ଗାଳ୍ପିକ , ଆକାଙ୍କିତ ଲେଖକ ବୋଲି ଅବିହିତ କରିଥିଲେ । ତାଙ୍କର ସାହିତ୍ୟ କୃତି ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ୍ ପୁରସ୍କାର ପାଇଥିଲେ ବୋଲି ମୁଖ୍ୟବକ୍ତା କହିଥିଲେ । ପ୍ରଥମେ ସଙ୍ଗୀତ ଶିକ୍ଷକ ରଞ୍ଜନ କୁମାର ସର୍ଦ୍ଦାରଙ୍କୁ ଜିଲ୍ଲାର ଜୀବନ ବ୍ୟାପୀ ଛାତ୍ରଛାତ୍ରୀଙ୍କୁ ରବିନ୍ଦ୍ର ସଙ୍ଗୀତ ଶିକ୍ଷା ଦେଇଥିବାରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଉପ ଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହାପରେ ମଞ୍ଚରେ ରବିନ୍ଦ୍ର ସଙ୍ଗୀତ ନୃତ୍ୟୁ ଓ ଡୁବି ତାବଲା ହାରମୋନିୟମ ଦ୍ୱାରା ଯୁଗଳ ବନ୍ଦୀ ହୋଇଥିଲା । ଉକ୍ତ ପ୍ରତିଯୋଗୀତାରେ ୧୪ ବର୍ଷରୁ କମ୍ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯକ୍ରମରେ ଆରଶ୍ରୀ ଦାସ ପ୍ରଥମ , ଦିବାକର ମଣ୍ଡଳ ଦୀତ୍ୱୀୟ ଓ ଚନ୍ଦାବାଲ ପୋଦ୍ଦାର ତୃତୀୟ ସ୍ଥାନ ଅଧିକାରୀ କରିଥିଲେ । ସେମାନଙ୍କୁ ଉଷାସୀ ବିଶ୍ୱାସ ହାରମୋନିୟମ ଦ୍ୱାରା ସହଯୋଗ କରିଥିଲେ । ସମସ୍ତ ଶିଶୁ କଳାକାରଙ୍କୁ ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ମୁକେଶ ଦାସ ତାଲିମ ଦେଇଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରାମକୃର୍ଷ୍ଣ ନଗର କମିଟିର ଉପ ସଭାପତି ତାରକ ମଣ୍ଡଳ , ସମ୍ପାଦକ ପରିମଳ ମିସ୍ତ୍ରୀ , ଉତମ ସମାଦାର , ନିତ୍ୟାନନ୍ଦ ମହାଲ , ବିଚିତ୍ରା ନନ୍ଦ ରାଉଚ , ସନ୍ଦିପ୍ ଦାସ ଓ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.