ହାତୀମୁଣ୍ଡା ଗ୍ରାମରେ ନେଟୱାର୍କ ସ୍ଥାପନ ପାଇଁ ଦାବି

ଦାରିଙ୍ଗବାଡ଼ି (୧୦/୫) : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତରେ ନାହିଁ ନେଟୱାର୍କ । ଏହି ଗ୍ରାମ ପଞ୍ଚାୟତ ଅଂଚଳରେ ୩ ହଜାର ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ନେଟୱାର୍କ ସୁବିଧା ଲୋକଙ୍କ ପାଇଁ ସାତ ସ୍ୱପ୍ନ ହୋଇ ରହିଛି । ଫୋନ କରିବାକୁ ହେଲେ ୧୧ କିଲୋମିଟର ଦୂର ପଡ଼ୋଶୀ ପଞ୍ଚାୟତ ଗୋଦାପୁର ଯିବାକୁ ପଡୁଛି । ହଟାତ କାହାରି ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଉ ଅବା ଜରୁରୀ କାମ କିମ୍ବା ଗାଁରେ କିଛି ଅଘଟଣ ହେଲେ ୧୧ କିଲୋମିଟର ଯାଇ ଫୋନ କରିବାକୁ ପଡୁଛି । ନେଟ ନଥିବା ଯୋଗୁଁ ପିଲା ଅନଲାଇନ କ୍ଲାସ ସହ ବିଭିନ୍ନ ଆବଶ୍ୟକ ଅନଲାଇନ କାର୍ଯ୍ୟ କରିପାରୁପାରୁନାହାନ୍ତି । ଅନଲାଇନ କାମ କରିବାକୁ ହେଲେ ଗୋଦାପୁର କିମ୍ବା ବ୍ରାହ୍ମଣୀଗାଁ ଯିବାକୁ ପଢୁଛି ।ଏଭଳି ଭାବେ ଲୋକଙ୍କ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ଗାଁ ରେ ଆଜି ପର୍ଯ୍ୟନ୍ତ ନେଟୱାର୍କ ସେବା ପହଂଚିପାରିନାହିଁ । ଅନ୍ୟ ପକ୍ଷରେ ଗାଁରେ ନେଟୱାର୍କ ସେବା ନିମନ୍ତେ ବର୍ଷେ ହେଲା ଏକ ବଡ଼ ଗାତ ଖୋଳା ଯାଇଥିବା ବେଳେ ଉକ୍ତ ଗାତରେ ଛେଳି,ଗାଇ,କୁକୁର ଓ ଘୁଷୁରୀ ପଡି ଜୀବନ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ନେଟୱାର୍କ ସେବା ପାଇଁ ବହୁତ ଥର ଆନ୍ଦୋଳନ କରିବା ସହ ବିଭିନ୍ନ ମହଲରେ ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୁନ । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଗାଁରେ ଯଥାଶୀଘ୍ର ନେଟୱାର୍କ ସ୍ଥାପନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.