ବାଲି ବୋଝେଇ ଟ୍ରକ ଧକ୍କାରେ ମହିଳା ଗୁରୁତର


ହିଞ୍ଜିଳିକାଟୁ (୧୦/୫) : ମଙ୍ଗଳବାର ସକାଳେ ହିଞ୍ଜିଳି ଥାନା ତଥା ୩୬ ନଂ ରାଜ୍ୟ ରାଜପଥ ସିକିରି ଛକରେ ବାଲି ବୋଝେଇ ଟ୍ରକ (ଓଆର୧୬ଡି ୨୫୭୦) ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ପୁରୁଷୋତ୍ତମପୁର ଥାନା ନନ୍ଦିକ ଗ୍ରାମର ପଙ୍କଜ ବିଶ୍ବାଳ (୫୫) । ପ୍ରକାଶ ଯେ, ମଙ୍ଗଳବାର ସକାଳେ ମହିଳା ଜଣଙ୍କ ଏସବିଆଇ ସିକିରି ଶାଖାକୁ ଆସିଥିଲେ । ରାସ୍ତା ଅତିକ୍ରମ କରୁଥିବା ବେଳେ ହିଞ୍ଜିଳିକାଟୁ ଠାରୁ ତାରାତାରିଣୀ ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୂର୍ଘଟଣାରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଟ୍ରକ୍ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ବେଆଇନ ଜବରଦଖଲ କରି ରାସ୍ତା ଅବରୋଧ କରି ଟ୍ରାଫିକ୍ ଜାମ କରୁଥିବା ଯୋଗୁଁ ଏକ କାଠ ବୋଝେଇ ଟ୍ରକ ଧକ୍କାରେ ଅଙ୍ଗନୱାଡି ୱାର୍କରଙ୍କ ଗୋଡ କଟିଯାଇଥିଲା। ସ୍ଥାନୀୟ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

nis-ad
Leave A Reply

Your email address will not be published.