ବ୍ରଜରାଜନଗର ଉପନିର୍ବାଚନ : ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେଡି

ଭୁବନେଶ୍ଵର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଅଳକା ମହାନ୍ତି ହେଲେ ବିଜେଡି ପ୍ରାର୍ଥୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ୧୧ ତାରିଖ ନାମାଙ୍କନ ଦାଖଲର ଶେଷ ଦିବସ ହୋଇଥିବାରୁ ବିଜେଡିର ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ଘୋଷଣା ପୂର୍ବରୁ ନବୀନ ନିବାସରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ସୁବାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ ଓ ନବ ଦାସ ଉପସ୍ଥିତ ଥିଲେ।

ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଧର୍ମପତ୍ନୀ ହେଉଛନ୍ତି ଅଳକା ମହାନ୍ତି । ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଗତ ଡିସେମ୍ବର ୩୦ ତାରିଖ ଦିନ ଅକାଳ ବିୟୋଗ ପରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୩୧ ତାରିଖରେ ମତଦାନ ହେବ ।

nis-ad
Leave A Reply

Your email address will not be published.