ଭୁବନେଶ୍ବର: ଭୁବନେଶ୍ୱରରୁ ଭାଇଜାକକୁ ଉଡ଼ିବ ବିମାନ। ଏହା ଭାୟା ଜୟପୁର ନେଇ ଚଳାଚଳ କରିବ। ୯ ସିଟ ବିଶିଷ୍ଟ ବିମାନରେ ଯାତ୍ରା କରିବେ ଯାତ୍ରୀ । ପ୍ରାଥମିକ ପର୍ଯ୍ଯାୟରେ ବିଡିଂରେ ସାମିଲ ହୋଇଛି ଇଣ୍ଡିଆନ ଏୟାରଲାଇନ୍ସ। ଏଥିପାଇଁ ଶେଷ ପର୍ଯ୍ଯୟରେ ପ୍ରସ୍ତୁତି ପହଞ୍ଚିଥିବା କହିଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ।
ଡିଜିସିଏର ଲାଇସେନ୍ସକୁ ଅପେକ୍ଷା କରାଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ଲାଇସେନ୍ସ ମିଳିଲେ ଖୁବ ଶୀଘ୍ର ଉଡ଼ିବ ବିମାନ ବୋଲି ବିମାନବନ୍ଦର ନିର୍ଦେଶକ କହିଛନ୍ତି।