ଖୋର୍ଦ୍ଧା ହସ୍ପିଟାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଖୋର୍ଦ୍ଧା: ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା । ଖୋର୍ଦ୍ଧା ହସ୍ପିଟାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ଜଗଦ୍ଦେବଙ୍କ କରାଗଲା ସ୍ୱାସ୍ଥ୍ୟ ପରୀକ୍ଷା । ୫ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ସୂଚନାଅନୁସାରେ, ବହୁ ଚର୍ଚ୍ଚିତ ମାମଲା ବାଣପୁର ବ୍ଲକ ସମ୍ମୁଖରେ ସାଧାରଣ ଜନତାଙ୍କୁ ଗାଡି ମଡ଼ାଇବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା । ଗତ 27 ତାରିଖରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହାଇକୋର୍ଟରୁ ପ୍ରଥମେ 7 ଦିନ ପରେ ଆଉ 7 ଦିନ ସର୍ତ୍ତମୂଳକ ଜାମିନ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଜି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭର୍ତ୍ତି କରାଯାଇଥିଲା । ୫ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପୋଲିସ ପକ୍ଷରୁ ଚିକିତ୍ସାଳୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

nis-ad
Leave A Reply

Your email address will not be published.